ମୋଦିଙ୍କ ତାତି ବିହୀନ ଭାଷଣ ବିଜେଡି ପ୍ରେମ ନୁହେଁ ତ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ମୋଦିଙ୍କ ତାତି ବିହୀନ ଭାଷଣ ବିଜେଡି ପ୍ରେମ ନୁହେଁ ତ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଧାନୀ ଭୁବନେଶ୍ୱର ତଥା ସମଗ୍ର ଖୋର୍ଦ୍ଧା ଜିଲାରା ଏକ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିଲା। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ମିଳିବା ପରେ ଏ ନେଇ ସ୍ମାରକୀ ମୁଦ୍ରା ପ୍ରଚଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଖାଲି ସେତିକି ନୁହେଁ ଓଡ଼ିଆ ଜାତିର ଗୌରବଜ୍ୱଳ ଅତୀତ କଥା ମଧ୍ୟ ସେ କହିଛନ୍ତି।

ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ସେହି ନାଁରେ ଭାଷଣ ସାରି ଓଡ଼ିଆଙ୍କ ମନ କିଣିଛନ୍ତି ପ୍ରଧାନମନ୍ତ୍ରୀ।

ବରୁଣାଈ ପାହାଡ ପାଦଦେଶରେ ଥିବା ନାଇଜର ପଡ଼ିଆରେ ପ୍ରଧାନମନ୍ତ୍ରୀ ପୂର୍ବଥର ଭଳି ଆକ୍ରମଣାତ୍ମକ ଢଙ୍ଗରେ ଭାଷଣ ଦେଇ ନାହାନ୍ତି, ଯେଉଁଭଳି ଭାଷଣ ଶୁଣିବାକୁ ଲୋକେ ଏକାଠି ହୋଇଥିଲେ ସେ ଭଳି ଢଙ୍ଗ ଆଜି ତାଙ୍କ ଭାଷଣ ଶୁଣିବାକୁ ମିଳିନି।

ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଦୀର୍ଘ ୩୫ମିନିଟ୍ ଭାଷଣ ଦେଇଥିଲେ। କିନ୍ତୁ ରାଜ୍ୟ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ସମ୍ପର୍କରେ ମୁହଁ ଖୋଲି ନ ଥିଲେ। ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ପରୋକ୍ଷରେ ସମାଲୋଚନା କରିଥିଲେ ମଧ୍ୟ ନିର୍ବାଚନୀ ବର୍ଷରେ ପ୍ରଧାନମନ୍ତ୍ରୀ ନିଜର ଚିରାଚରିତ ଶାଣିତ ଭାଷଣ ଦେଇ ନ ଥିଲେ।

ରାଜନୈତିକ ମଞ୍ଚରେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ମାପିଚୁପି ଭାଷଣ ଦେଇଥିଲେ । ଓଡ଼ିଶାରେ ଚାଷୀଙ୍କ କୃଷି ଋଣ ଛାଡ଼ ଓ ବୋନସ ଦେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିରବ ରହି ତାଙ୍କ ସରକାର ଚାଷୀଙ୍କ ପାଇଁ ନେଇଥିବା ଦୀର୍ଘମିଆଦୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

୫ଟି ରାଜ୍ୟର ନିର୍ବାଚନୀ ଫଳାଫଳକୁ ନେଇ ବ୍ୟାକଫୁଟରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଭବିଷ୍ୟତରେ ନବୀନ ପଟ୍ଟନାୟକଙ୍କ ଭଳି ଏକ ସହଯୋଗୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବାରୁ ତାଙ୍କର ସ୍ୱର ଶାଣିତ ହୋଇ ନ ଥିଲା ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

ତେବେ ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଖୋର୍ଦ୍ଧାର ପାରମ୍ପରିକ କସ ଗାମୁଛା କାନ୍ଧରେ ପାକାଇଥିବା ପ୍ରଧାନମନ୍ତ୍ରୀ ମହୋଦୟ ବିଦାୟ ବେଳାରେ ୩ ଥର ଜୟ ଜଗନ୍ନାଥ ନାରା ଦେଇଥିଲେ। ଖୋର୍ଦ୍ଧା ଗାମୁଛା ଆଉ ଜଗନ୍ନାଥଙ୍କ ନାରା ଓଡ଼ିଆ ଭୋଟରଙ୍କ ପାଇଁ ନିର୍ବାଚନୀ ଥୋପ ହୋଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି।



from Odisha Reporter http://bit.ly/2V98Ehi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages