ଅପାସୋରା-୧୮: ଛାଡ଼ିଚାଲି ଗଲେ ଚାନ୍ଦିନୀ, ବିବାଦରେ ଥିଲେ ସୋନା, ପଢ଼ନ୍ତୁ ଆହୁରି କେତେ କ’ଣ ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ଅପାସୋରା-୧୮: ଛାଡ଼ିଚାଲି ଗଲେ ଚାନ୍ଦିନୀ, ବିବାଦରେ ଥିଲେ ସୋନା, ପଢ଼ନ୍ତୁ ଆହୁରି କେତେ କ’ଣ ଘଟଣା

ଆଦ୍ୟ ସକାଳର କୋମଳ କିଶୋର, ମଧ୍ୟାହ୍ନର ଉଦୁଉଦିଆ ଯୌବନକୁ ପାର କରି ଏବେ ସେ ବାର୍ଦ୍ଧକ୍ୟରେ ଉପନୀତ। ସରି ସରି ଆସୁଛି ଆୟୁ । ଆଉ କେଇଟା ଦିନ ଭିତରେ ଅସ୍ତମିତ ହୋଇଯିବ ୨୦୧୮। ଆସିବ ପୁଣି ଏକ ନୂଆ ସକାଳ। ସାଙ୍ଗରେ ଆଣିବ ଅନେକ ସମ୍ଭାବନା। ତେବେ ଏହି ବିଦାୟୀ ବର୍ଷ ବଲିଉଡ୍‌ ପାଇଁ ଏମିତି ଅନେକ ଅଭୁଲା ସ୍ମୃତିକୁ ପଛରେ ଛାଡ଼ି ଚାଲିଯିବାକୁ ବସିଛି, ଯାହା ସବୁଦିନ ପାଇଁ ସ୍ମରଣୀୟ ରହିବ। ସେଇ ସ୍ମୁତିର ଫର୍ଦରୁ କିଛି ପ୍ରମୁଖ ଘଟଣାକୁ ନେଇ ଏହି ବିଶେଷ ଉପସ୍ଥାପନା।

ବିରାଟ-ଅନୁଷ୍କାଙ୍କ ହାତ ଗଣ୍ଠି

ଏବର୍ଷର ସବୁଠାରୁ ଚର୍ଚ୍ଚିତ ବାହାଘରରୁ ଅନ୍ୟତମ ଥିଲା କ୍ରିକେଟର୍‌ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପରିଣୟ। ଲୁଚାଛପା ପ୍ରେମ ପରେ ଉଭୟେ ଇଟାଲୀର ବର୍ଗୋ ଫିନୋଚିତୋ ରିସର୍ଟରେ ପରସ୍ପରଙ୍କୁ ବିବାହ କରିଥିଲେ। ଏହାକୁ ନେଇ ଦୀର୍ଘ ଦିନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।

ରିଲ ଲାଇଫ୍‌ରୁ ରିଅଲ୍‌

ବଲିଉଡ୍ ହାର୍ଟ ଥ୍ରବ୍‌ ଯୋଡ଼ି ଦୀପିକା ଏବଂ ରଣବୀରଙ୍କ ବାହାଘର ମଧ୍ୟ ଏ ବର୍ଷ  ଖୁବ୍‌ ଚର୍ଚ୍ଚିତ ଥିଲା। ଦୀର୍ଘଦିନର ପ୍ରେମ ପରେ ଉଭୟେ ଇଟାଲୀର ‘ଲେକ୍ କୋମୋ’ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରିଲ୍‌ ଲାଇଫ୍‌ରୁ ରିଅଲ ଲାଇଫ୍‌ର ପାର୍ଟନର ହୋଇଥିବା ଦୀପିକା ଓ ରଣବୀର୍‌ ‘ପଦ୍ମାବତ୍’, ‘Goliyon Ki Raasleela Ram-Leela’, ‘ବାଜିରାଓ ମସ୍ତାନୀ’ ଆଦି ଫିଲ୍ମରେ ଏକାଠି କାମ କରିଥିଲେ।

ହାତରୁ ଦି’ହାତ ହେଲେ ପ୍ରିୟଙ୍କା

ଏ ବର୍ଷ ବଲିଉଡ୍‌ର କିଛି ହିଟ୍‌ ଯୋଡ଼ି ହାତରୁ ଦି’ହାତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦେଶୀ ଗର୍ଲ ପ୍ରିୟଙ୍କାଙ୍କ ବିବାହ ଥିଲା ସ୍ୱତନ୍ତ୍ର। ପ୍ରିୟଙ୍କା ନିଜ ବିଦେଶୀ ବୟଫ୍ରେଣ୍ଡ ନିକ୍‌ ଜୋନସ୍‌ଙ୍କୁ ବିବାହ କରି ବେଶ ଚର୍ଚ୍ଚାକୁ ଆସିଥିଲେ। ରାଜସ୍ଥାନର ଯୋଧପୁର ଉମଦ୍ ଭବନ ପ୍ୟାଲେସରେ ମହା ଆଡମ୍ବରରେ ଉଭୟଙ୍କ  ବିବାହ  ସଂପନ୍ନ ହୋଇଥିଲା।

ବାହା ହେଲେ କମେଡ଼ି କିଙ୍ଗ୍‌

ଟେଲି ଦୁନିଆର କମେଡ଼ି କିଙ୍ଗ୍ କପିଲ୍ ଶର୍ମା ତାଙ୍କର ପ୍ରଥମ ପ୍ରେମ ଗିନ୍ନି ଚତ୍‌ରଥଙ୍କ ସହ ଏଇ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ‘ଦୀପ୍‌ବୀର୍’ ଓ ‘ନିକ୍‌ୟଙ୍କା’ ଭଳି କପିଲ୍‌ ମଧ୍ୟ ଦୁଇଟି ଧର୍ମର ରୀତିନୀତି ଅନୁସାରେ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ପରିବାର ଲୋକଙ୍କ ନିଷ୍ପତ୍ତି ଅନୁଯାୟୀ କେବଳ ହିନ୍ଦୁ ରିତୀନୀତିରେ କପିଲ୍‌ ବିବାହ କରିଥିଲେ ।

ଚାଲିଗଲେ  ଚାନ୍ଦିନୀ

ବଲିଉଡ୍ ସିନେ ଜଗତର ‘ଡିଭା’ ତଥା ‘ଚାନ୍ଦିନୀ ଗର୍ଲ’ ଶ୍ରୀଦେବୀଙ୍କ ପରଲୋକ ୨୦୧୮ରେ ଭାରତୀୟ ସିନେ ପ୍ରେମୀ ଓ ଶିଳ୍ପ ପାଇଁ ସବୁଠୁ ଦୁଃଖଦ ଖବର ଥିଲା।  ମାତ୍ର ୫୪ବର୍ଷରେ ହୃଦ୍‌ଘାତରେ ଶ୍ରୀଦେବୀଙ୍କର ମୃତ୍ୟୁ ଘଟିଥିଲା। ଦୁବାଇରେ ଏକ ବିବାହ ଭୋଜିକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଶ୍ରୀଦେବୀଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂକଙ୍କୁ ଖୁବ୍‌ ମର୍ମାହତ କରିଥିଲା।

ଚାଲିଗଲେ ବଲିଉଡ୍‌ର ମା’

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ରିମା ଲାଗୁଙ୍କ ପରଲୋକ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏ ବର୍ଷର ଆଉ ଏକ ଅଭାବନୀୟ ଘଟଣା ଥିଲା। ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇର କୋକିଲାବେନ୍‌ ହସ୍‌ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ବରିଷ୍ଠ ଅଭିନେତ୍ରୀ ଉଭୟ ସିନେମା ଓ ଟେଲିଭିଜନ ଜଗତରେ  ମା’ ଭୂମିକାରେ ନିଜ ବଳିଷ୍ଠ ଅଭିନୟ ଦ୍ୱାରା ଏକ ନିଆରା ଛାପ ଛାଡ଼ିଥିଲେ।

ଅଭିନେତ୍ରୀ ଶମ୍ମିଙ୍କ ପରଲୋକ

ଦୀର୍ଘ ଦିନର ଅସୁସ୍ଥତା ପରେ ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଶମ୍ମିଙ୍କର ମୃତ୍ୟୁ ଘଟିଥିଲା। ୮୯ ବର୍ଷ ବୟସରେ ମୁମ୍ବାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ୧୦୦ରୁ ଅଧିକ ଫିଲ୍ମ ଏବଂ ଟିଭି ଶୋ’ରେ ଅଭିନୟ କରିଥିବା ଶମ୍ମିଙ୍କୁ ବଲିଉଡ୍‌ର କାଳକାରମାନେ ‘ଶମ୍ମି ଆଣ୍ଟି’ ବୋଲି ସମ୍ବୋଧନ କରୁଥିଲେ।

ବିବାଦରେ ସୋନା

ବଲିଉଡ୍‌ର ଓଡ଼ିଆ କଣ୍ଠଶିଳ୍ପୀ ସୋନା ମହାପାତ୍ର ଏ ବର୍ଷ ବିବାଦ ଘେରକୁ ଆସିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ସେ କଦର୍ଥ କରି ଗାଇବାକୁ ନେଇ ଓଡ଼ିଶାରେ ଝଡ଼ ସୃଷ୍ଟି ହୋଇଥିଲା। ଏ ନେଇ ସୋନାଙ୍କୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା।

‘ପଦ୍ମାବତୀ’ ଝଡ଼

ସଞ୍ଜୟ ଲୀଲା ବଂଶାଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ୨୦୧୮ରେ ଚରମ ସୀମାରେ ପହଞ୍ଚିଥିଲା। ରାଣୀ ପଦ୍ମିନୀଙ୍କ ଚରିତ୍ରକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ଅଭିଯୋଗ କରି କରଣୀ ସେନା ପକ୍ଷରୁ ଆରମ୍ଭ ହୋଇଥିବା ଅନ୍ଦୋଳନ ସାରାଦେଶକୁ ବ୍ୟାପି ଯାଇଥିଲା। ବହୁ ବାଦବିବାଦ ପରେ ସେନ୍ସର ବୋର୍ଡ ପଦ୍ମାବତୀ ଫିଲ୍ମର ନାଁ ବଦଳାଇ ରିଲିଜ୍ ପାଇଁ ଅନୁମତି ଦେଇଥିଲେ। ଆଉ ଶେଷକୁ ଫିଲ୍ମର ନାମ ବଦଳଯାଇ ‘ପଦ୍ମାବତ୍‌’ ରଖାଯାଇଥିଲା।

#MeToo  ଝଡ଼

#MeTooକୁ ନେଇ ଏବର୍ଷ ସରଗରମ ଥିଲା ବଲିଉଡ।ଏହି କ୍ୟାମ୍ପେନରେ ସର୍ବ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ପରଦାରେ ସେ ଏତେଟା ନଜର ଆସି ନ ଥିଲେ ବି ନାନା ପାଟେକରଙ୍କ ଉପରେ ଯୌନ ନିଯାତନା ଅଭିଯୋଗ ଆଣି ଖୁବ୍‌ ଚର୍ଚ୍ଚିତ ହୋଇଗଲେ। ତାଙ୍କ ପରେ ଜଣକ ପରେ ଜଣେ ଅଭିନେତ୍ରୀ ଆଣିଲେ ଯୌନ ନିର୍ଯାତନା। ଯେଉଁ ଅଭିଯାନ ପରବର୍ତ୍ତୀ ସମୟରେ ଏକ ବିରାଟ ରୂପ ନେଇଥିଲା। ଆଉ ଏହି ଜାଲରେ ଆଲୋକ ନାଥ,ଅନୁ ମିଲ୍ଲିକ, ଯତିନ ଦାଶ,କୈଳାସ କ୍ଷେର ଏମିତି ଜଣକ ପରେ ଜଣେ ଛନ୍ଦି ହୋଇଗଲେ ।



from Odisha Reporter http://bit.ly/2PYWUdK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages