ଆଜି ବଡଦିନ: ସବୁଠି ଉତ୍ସବର ମାହୋଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ଆଜି ବଡଦିନ: ସବୁଠି ଉତ୍ସବର ମାହୋଲ

jisu900000000000000

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ବଡଦିନ। ଗତକାଲି ରାତିରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ୱରେ ପ୍ରଭୁଙ୍କୁ ବେଶ ଧୂମଧାମରେ ସ୍ୱାଗତ କରାଯାଇଛି। ଓଡ଼ିଶା ବି ଏଥିରେ ପଛରେ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭୁ ଯୀଶୁଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଛି।

ସୁନ୍ଦର ଆଲୋକମାଳାରେ ଝଲସୁଛି ଗୀର୍ଜାଘରଗୁଡିକ। ଆଜିର ଏହି ଦିନଟିକୁ ଆନନ୍ଦ ଉଲ୍ଲାସର ସହ ପାଳିବା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ।

କଟକରୁ କନ୍ଧମାଳ, ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର ସବୁଠି ଆଲୋକମାଳାରେ ଝଟକୁଛି ପ୍ରାର୍ଥନା ଗୃହ। ଖ୍ରୀଷ୍ଟମାସ୍‌ ଟ୍ରି ସଜାଇ କ୍ୟାରୋଲ ଗାନ କରି ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ। ପ୍ରଭୁ ଯୀଶୁଙ୍କ ସୁସଜ୍ଜିତ ଜନ୍ମସ୍ଥଳିରେ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ।

ଘରେ ଘରେ କେକ୍ ଓ ପିଠାପଣା ପ୍ରସ୍ତୁତିର ମଧ୍ୟ ପରମ୍ପରା ରହିଛି। ଖ୍ରୀଷ୍ଟମାସ୍‌ ଅବସରରେ ଚର୍ଚ୍ଚଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ସେହିପରି କଟକ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ କ୍ୟାଥୋଲିକ ଚର୍ଚ୍ଚରେ ମଧ୍ୟ ପାଳନ ହୋଇଛି ବଡଦିନ ଉତ୍ସବ। ଯୀଶୁଙ୍କ ଜନ୍ମଦିନ ଅବସରରେ ଶତାଧିକ ଖ୍ରୀଷ୍ଟଧର୍ମାବଲମ୍ବୀ ଯୋଗ ଦେଇ ସମୂହ ପ୍ରାର୍ଥନା କରିଥିଲେ। କ୍ୟାରୋଲ ଗାନ କରି ପରସ୍ପରକୁ ଖ୍ରୀଷ୍ଟମାସ୍‌ର ଶୁଭେଚ୍ଛା ଜଣାଇଥିଲେ।

ଷ୍ଟିଲ୍‌ସିଟି ରାଉରକେଲାରେ ମଧ୍ୟ ଆଲୋକମାଳାରେ ଝଟକୁଛି ବିଭିନ୍ନ ଚର୍ଚ୍ଚ। ଉତ୍ସବ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ବଡଦିନ ଅବସରରେ ସମୂହ ପ୍ରାର୍ଥନା ସହ ପରସ୍ପରକୁ ଖ୍ରୀଷ୍ଟମାସ୍‌ର ଶୁଭେଚ୍ଛା ଜଣାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ।

ରାଉରକେଲା ହମିରପୁର କ୍ୟାଥୋଲିକ୍ ଚର୍ଚ୍ଚରେ ଖ୍ରୀଷ୍ଟମାସ୍‌ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁଙ୍କ ଧରାବତରଣ ଅବସରରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଉତ୍ସବରେ ସାମିଲ ହୋଇଥିଲେ। କ୍ୟାରୋଲ ଗାନ କରି ପରସ୍ପରକୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ। ଏହାସହ ସମୂହ ପ୍ରାର୍ଥନା କରି ପ୍ରଭୁ ଯୀଶୁଙ୍କ ଧରାବତରଣକୁ ସ୍ୱାଗତ କରିଥିଲେ।



from Odisha Reporter http://bit.ly/2V8b5Rl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages