ତମ୍ୱା ବାସନରେ ଏହି ସବୁ ଖାଦ୍ୟ ରଖୁଛନ୍ତି କି? ହୋଇପାରେ ଫୁଡ୍‌ ପଏଜନିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ତମ୍ୱା ବାସନରେ ଏହି ସବୁ ଖାଦ୍ୟ ରଖୁଛନ୍ତି କି? ହୋଇପାରେ ଫୁଡ୍‌ ପଏଜନିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଘରେ ତମ୍ୱାର ବାସନକୁସନ ବ୍ୟବହାର କରୁଥିବେ। ଏହା ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ଏହାକୁ ବ୍ୟବହାର କରିବା ସମୟରେ ସାବଧାନ ହୋଇ ବ୍ୟବହାର କରନ୍ତୁ। କାହିଁକି ନା ତମ୍ୱା ବାସନରେ ଥିବା କେମିକାଲ୍ ରିଆକସନ୍ ହୋଇ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ।

କେବଳ ଏତିକି ନୁହେଁ, ତମ୍ୱା ବାସନରେ ଥିବା ଖାଦ୍ୟ ଆପଣଙ୍କ ଶରୀର ପାଇଁ ଗମ୍ଭୀର ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଅନେକ ଲୋକ ତମ୍ୱା ବାସନର ଫାଇଦା ବିଷୟରେ ଜାଣିଛନ୍ତି। କିନ୍ତୁ ଏହାର କ୍ଷତି ବିଷୟରେ ବହୁତ କମ୍ ଲୋକ ଜାଣନ୍ତି।

ଯଦି ଆପଣ ତମ୍ୱା ବାସନରେ ଶୁଖିଲା ଖାଦ୍ୟ ରଖୁଛନ୍ତି, ତେବେ କୌଣସି ଅସୁବିଧା ନାହିଁ। କିନ୍ତୁ ଏପରି କିଛି ଜିନିଷ ଅଛି, ଯାହାକୁ ତମ୍ୱା ବାସନରେ ରଖିଲେ, ଏହା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏପରି ହେବାର କାରଣ ହେଉଛି, ତମ୍ୱାରେ କପର୍‌ ଧାତୁ ରହିଥାଏ। ଯାହା ଖାଇବାରେ ମିଶିବା ପରେ ତାହା ବିଶାକ୍ତ ହୋଇପଡେ। ଏପରି ଖାଦ୍ୟକୁ ଖାଇବା ପରେ  ଫୁଡ୍‌ ପଏଜନିଂ ହେବାର ଆଶଙ୍କା ରହିଥାଏ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଜିନିଷକୁ ତମ୍ୱା ପାତ୍ରରେ ରଖିବା ଉଚିତ୍ ନୁହେଁ।

  • ଆଚାର, ଦହି ଓ ଲେମ୍ୱୁ ରସ: ତମ୍ୱା ବାସନରେ ଆଚାର ରଖିବା ଦ୍ୱାରା ଏଥିରେ ଥିବା ସିର୍‌କା ତମ୍ୱା ସହିତ ମିଶି ଯାଇଥାଏ। ଲେମ୍ୱୁ ରସରେ ଥିବା ସାଇଟ୍ରିକ୍‌ ଏସିଡ୍‌ ଓ ଦହିରେ ଥିବା ଲାକ୍‌ଟିକ୍‌ ଏସିଡ୍‌ ତମ୍ୱା ସହିତ ମିଶି ରିଆକ୍ଟ କରିଥାନ୍ତି।
  • ଖଟା ଫଳ ଓ କ୍ଷୀର : ତମ୍ୱା ପାତ୍ରରେ କୌଣସି ପ୍ରକାର ଖଟା ଫଳ ରଖନ୍ତୁ ନାହିଁ। ସେଓ, ସପୁରୀ, ଡାଳିମ୍ୱ, ଆମ୍ୱ ଇତ୍ୟାଦି ଫଳକୁ ତମ୍ୱା ପାତ୍ରରେ କେବେ ହେଲେ ରଖନ୍ତୁ ନାହିଁ। ଏହାକୁ ଖାଇବା ପରେ ଆପଣଙ୍କୁ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା ପରି ସମସ୍ୟା ଦେଖା ଦେଇପାରେ। ଯାହା ଫୁଡ୍‌ ପଏଜନିଂ କାରଣ ହୋଇପାରେ।
  • ସେହିପରି ମନେରଖନ୍ତୁ କ୍ଷୀର ଗରମ ହେଉ କି ଥଣ୍ଡା, ଏହାକୁ ତମ୍ୱା ପାତ୍ରରେ ରଖିବା ଉଚିତ୍‌ ନୁହେଁ। ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ।


from Odisha Reporter http://bit.ly/2PY0wg0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages