ନିର୍ବାଚନ ଫଳାଫଳ ନେଇ ଏମିତି ଟ୍ୱିଟ୍ କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ନିର୍ବାଚନ ଫଳାଫଳ ନେଇ ଏମିତି ଟ୍ୱିଟ୍ କଲେ ପ୍ରଧାନମନ୍ତ୍ରୀ

modi

ନୂଆଦିଲ୍ଲୀ: ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଆସିଯାଇଛି। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ କଂଗ୍ରେସ ବିଜୟୀ ହୋଇଛି। ଛତିଶଗଡ଼ ଓ ରାଜସ୍ଥାନରେ ଦଳକୁ ବହୁମତ ମିଳିଥିବା ବେଳେ ମଧ୍ୟ ପ୍ରଦେଶରେ ଦଳ ମ୍ୟାଜିକ୍ ନମ୍ବରଠାରୁ ଦୁଇଟି ଆସନ ପଛରେ ଅଛି। ପୂର୍ବରୁ ଏହି ତିନୋଟି ରାଜ୍ୟରେ ବିଜେପି ଶାସନ କରୁଥିଲା। ସେହିଭଳି ତେଲେଙ୍ଗାନାରେ ଟିଆର୍‌ଏସ୍ ପୁଣି କ୍ଷମତାସୀନ ହୋଇଥିବା ବେଳେ ମିଜୋରାମ୍‌ରେ ବାଜି ମାରି ନେଇଛି ମିଜୋ ନ୍ୟାସ୍‌ନାଲ୍ ଫ୍ରଣ୍ଟ (ଏମ୍‌ଏନ୍‌ଏଫ୍‌)।

ନିର୍ବାଚନ ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହୋଇଯିବା ପରେ ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଥିଲେ,“ଆମେ ନମ୍ରତା ପୂର୍ବକ ଜନାଦେଶକୁ ଗ୍ରହଣ କରୁଛୁ। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ଆମକୁ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଁ ଲୋକଙ୍କୁ ଧନ୍ୟବାଦ ଜଣାଉଛି। ଲୋକଙ୍କ କଲ୍ୟାଣ ପାଇଁ ଏହି ସବୁ ରାଜ୍ୟରେ ବିଜେପି ସରକାରଗୁଡ଼ିକ ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରିଥିଲେ।”

ଅନ୍ୟ ଏକ ଟ୍ୱିଟ୍ କରି ମୋଦି କଂଗ୍ରେସକୁ ତା’ର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ତେଲେଙ୍ଗାନାରେ ବିଜୟ ପାଇଁ ଟିଆର୍‌ଏସ୍ ମୁଖ୍ୟ କେସିଆରଙ୍କୁ ଓ ମିଜୋରାମ୍‌ରେ ବାଜି ମାରିଥିବା ଏମ୍‌ଏନ୍‌ଏଫ୍‌କୁ ସେ ଅଭିନନ୍ଦନ ଜଣାଇଛନ୍ତି।

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସକୁ ୧୧୪ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୧୦୯ଟି, ବିଏସ୍‌ପିକୁ ୨ଟି ଓ ଏସ୍‌ପିକୁ ଗୋଟିଏ ଆସନ ମିଳିଛି। ସେହିପରି ୪ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ କଂଗ୍ରେସକୁ ୧୦୧ଟି ଆସନ ମିଳିଥିବା ବେଳେ କ୍ଷମତାଚ୍ୟୁତ ହୋଇଥିବା ବିଜେପିକୁ ୭୩ଟି ଆସନ ମିଳିଛି।
ଛତିଶଗଡ଼ରେ ୯୦ଟି ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ କଂଗ୍ରେସ ୬୮ଟିରେ ବାଜି ମାରି ନେଇଛି। ୧୫ ବର୍ଷ ହେଲା ଶାସନ କରି ଆସୁଥିବା ବିଜେପିକୁ ମିଳିଛି ମାତ୍ର ୧୫ଟି ଆସନ।

୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନାରେ କଂଗ୍ରେସକୁ ୮୮ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୨୧ଟି ଆସନ ମିଳିଛି। ମିଜୋରାମ ବିଧାନସଭାରେ ୪୦ଟି ଆସନ ଥିବା ବେଳେ ଏମ୍‌ଏନ୍‌ଏଫ୍‌କୁ ସଂଖ୍ୟା ଗରିଷ୍ଠତା ମିଳିଛି। ଦଳ ୨୬ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୫ଟି ଆସନ ଜିତିଛି। ଏଠାରେ ବିଜେପି ପ୍ରଥମ ଥର ପାଇଁ ଖାତା ଖୋଲିଛି। ଦଳର ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।



from Odisha Reporter https://ift.tt/2zUig6N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages