ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ-କେକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ-କେକ୍

ଆବଶ୍ୟକ ସାମଗ୍ରୀ: ମଇଦା, କ୍ଷୀର, ବେକିଂ ପାଉଡର, କ୍ଷୀର ସର, ଅଣ୍ଡା, ଚିନିଗୁଣ୍ଡ, କାଜୁ, ଆଲମଣ୍ଡ, ଚେରୀ, ବଟର ଓ ଲୁଣ।

ପ୍ରସ୍ତୁତୀ ପ୍ରଣାଳୀ: ପ୍ରଥମେ ମଇଦା, ବେକିଂ ପାଉଡ଼ରକୁ ମଶାଇ ଅଟା ଚଲାରେ ଭଲଭାବେ ଚଲାଇଦିଅନ୍ତୁ। ‌ଏବେ ଏକ ପାତ୍ରରେ ଅଣ୍ଡାକୁ ଭଲଭାବେ ଫେଣ୍ଟି ସେଥିରେ କ୍ଷୀର, କ୍ଷୀରସର ଓ ଚିନି ମିଶାଇ ଆଉଥରେ ଭଲଭାବେ ଫେଣ୍ଟି ଦିଅନ୍ତୁ। ବର୍ତ୍ତମାନ ଏହି ଅଣ୍ଡା ମିଶ୍ରଣରେ ଚଲାଯାଇଥିବା ମଇଦା ଓ ଅଳ୍ପ କଟା କାଜୁ ଓ ଆଲମଣ୍ଡ ପକାଇ ଏହାକୁ ଏକ ଚାମଚ ସାହାଯ୍ୟରେ ଭଲଭାବେ ଗୋଳାଇଦିଅନ୍ତୁ।

ଏବେ ଓଭାନର ବେକିଂ ପ୍ୟାନରେ ଏକ ବଟର ପେପର ରଖନ୍ତୁ ଏହା ଉପରେ ସାମାନ୍ୟ ବଟର ଲଗାଇ କେକ୍‌ ମିଶ୍ରଣକୁ ସେଥିରେ ଢାଳି ଦିଅନ୍ତୁ। ଏବେ ଏହା ଉପରେ ବଳକା କଟା କାଜୁ, ଚେରୀ ଓ ଆଲମଣ୍ଡ ଗୁଡିକୁ ସଜାଇ ପ୍ୟାଟିକୁ ୩୦ ମିନିଟ୍‌ ଯାଏ ଓଭନରେ ରଖିଦିଅନ୍ତୁ। ୩୦ ମିନଟ୍ ପରେ ଓଭନରୁ ଏହାକୁ କାଢ଼ି ଆଣନ୍ତୁ। ଥଣ୍ଡା ହେବାପରେ ପିସ୍ ପିସ୍‌ କରି କାଟି ପରଷନ୍ତୁ ସ୍ୱାଦିଷ୍ଟ ମିଲ୍କ-କେକ୍‌।



from Odisha Reporter https://ift.tt/2Lgpkza

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages