
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ଜାତୀୟ ଅଙ୍କ ବା ଗଣିତ ଦିବସ। ଗଣିତକୁ ଭଲ ପାଉଥିବା ଲୋକମାନଙ୍କ ଲାଗି ଦିନଟି ବେସ୍ ଗୁରୁତ୍ୱ ବହନ କରେ ବୋଲି କୁହାଯାଇ ପାରିବ। ହେଲେ ଆପଣ ଜାଣନ୍ତି କି କେବେ ଆଉ କାହାପାଇଁ ଆମ ଦେଶରେ ଅଙ୍କ ଦିବସ ପାଳନ କରାଯାଏ। ୨୦୧୨ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୨ ଡିସେମ୍ବରକୁ ଜାତୀୟ ଅଙ୍କ ଦିବସ ବା Nationl Mathmatics Day ଭାବେ ଘୋଷଣା କରିଥିଲେ। ମାଡ୍ରାସ୍ ବିଶ୍ୱ ବିଦ୍ୟାଳୟରେ ମହାନ୍ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜମ୍ଙ୍କ ୧୨୫ତମ ଜୟନ୍ତୀ ଅବସରରେ ଏହି ଘୋଷଣା କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ।
୨୨ ଡିସେମ୍ବର ୧୮୮୭ରେ ଜନ୍ମଗ୍ରହଣ କରିଥିବା ରାମାନୁଜମ୍ ୧୯୨୦ ଏପ୍ରିଲ୍ ୨୬ରେ ମୃତ୍ୟୁବରଣ କରିଥିଲେ। ତାଙ୍କ ସ୍ମୃତୀରେ ୨୦୧୨କୁ ସରକାରୀ ଭାବେ ଗଣିତ ବର୍ଷ ଭାବେ ପାଳନ କରାଯାଇଥିଲା। ଏବଂ ଆନ୍ଧ୍ରପ୍ରଦେଶର ଚିତ୍ତୋରସ୍ଥିତ କୁପ୍ପମ୍ଠାରେ ଗଢି ଉଠିଥିଲା ରାମାନୁଜମ୍ ମ୍ୟାଥ୍ ପାର୍କ ।
ଅଳ୍ପରେ ରାମାନୁଜମ୍
ତାମିଲନାଡୁ ଇରୋଡରେ ୧୮୮୭ ଡିସେମ୍ବର ୨୨ରେ ଜନ୍ମ ଗ୍ରହଣ କରିଥିଲେ ରାମାନୁଜମ୍। ପିତା ଥିଲେ କେ.ଶ୍ରୀନିବାସ ଆୟଙ୍ଗର ଓ ମା’ ଥିଲେ କୋମଲତାମାଲ୍। ଏକ ଲୁଗା ଦୋକାନରେ ସାଧାରଣ କର୍ମଚାରୀ ଭାବେ କାମ କରୁଥିବା ଆୟଙ୍ଗର ପୁଅ ହୋଇଥିବା ଖୁସିରେ ଅନେକ ସ୍ୱପ୍ନ ଦେଖିଥିଲେ। ହେଲେ ଜନ୍ମ ହେବାର ୩ ବର୍ଷ ପର୍ଯ୍ୟନ୍ତ କଥା କହି ପାରୁ ନ ଥିଲେ ରାମାନୁଜମ୍। ଯାହାକୁ ନେଇ ପରିବାରରେ ସମସ୍ତେ ଚିନ୍ତିତ ହୋଇ ପଡିଥିଲା। ଭାବିଥିଲେ ପୁଅ ଗୁଙ୍ଗା ହୋଇଯିବ ବୋଲି। ହେଲେ ଇଶ୍ୱରଙ୍କ ଆର୍ଶିବାଦରୁ ରାମାନୁଜମ୍ ବାକ୍ଶକ୍ତି ଫେରି ପାଇଲେ। ସ୍କୁଲ ଗଲେ ପାଠ ପଢିଲେ। ସେ ପିଲାଟିବେଳୁ ଏତେ ବିଚକ୍ଷଣ ଥିଲେ ଯେ, ସ୍କୁଲ ପଢିଲା ବେଳେ କଲେଜ ସ୍ତରର ଅଙ୍କ କଷି ପାରୁଥିଲେ। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ ତାଙ୍କ ଶିକ୍ଷକମାନେ। ସେମାନେ ଆକଳନ କରି ସାରିଥିଲେ ଏ ପିଲାଟି ଦିନେ ଦେଶର ମହାନତମ ବ୍ୟକ୍ତତ୍ୱଙ୍କ ଭିତରୁ ଜଣେ ହୋଇ ଉଭା ହେବ।
from Odisha Reporter http://bit.ly/2EK4LL8
No comments:
Post a Comment