ନସୁରିଦ୍ଦିନ ଶାହଙ୍କୁ କଡ଼ା ଜବାବ ଦେଲେ ଯୋଗେଶ୍ୱର ଦତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ନସୁରିଦ୍ଦିନ ଶାହଙ୍କୁ କଡ଼ା ଜବାବ ଦେଲେ ଯୋଗେଶ୍ୱର ଦତ୍ତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦଶହର ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଥିବା ବଲିଉଡ୍‌ର ଭେଟରାନ ଅଭିନେତା ନସୁରିଦ୍ଦିନ ଶାହଙ୍କୁ ରେସଲର ଯୋଗେଶ୍ୱର ଦତ୍ତ କଡ଼ା ଜବାବ ଦେଇଛନ୍ତି। ଦେଶରେ ଧର୍ମକୁ ନେଇ ଦଙ୍ଗା ହେଉଥିବାରୁ ଶ୍ରୀ ଶାହ ତାଙ୍କ ପିଲାମାନଙ୍କ ଭବିଷ୍ୟତକୁ ନେଇ ଭୟ କରୁଥିବା କଥା କହିଥିଲେ।

ଏହା ଉପରେ ପ୍ରତିକ୍ରିୟା ଦେଇ ଯୋଗେଶ୍ୱର କହିଛନ୍ତି, “ ବୁଲନ୍ଦଶହର ଦଙ୍ଗା ଘଟଣାକୁ ନେଇ ଯେଉଁମାନେ ଭୟଭୀତ ବୋଲି କହୁଛନ୍ତି, ସେମାନଙ୍କ ପାଇଁ ଆମେ ଦୁଃଖିତ। କିନ୍ତୁ ଏହା ପୂର୍ବରୁ ମଧ୍ୟ ଦେଶରେ ଅନେକ ଦଙ୍ଗା ଓ ଆତଙ୍କବାଦୀ ହମ୍‌ଲାରେ ନିରୀହ ଲୋକଙ୍କ ଜୀବନ ଯାଇଛି। କାହିଁକି ସେତେବେଳେ ତ ଆପଣଙ୍କୁ ଡର ଲାଗୁ ନଥିଲା? ଏଥିରୁ ସ୍ପଷ୍ଟ ହେଉଛି ଯେ ଆପଣ କାହା ସହ ରହିଛନ୍ତି।

ଦୟା କରି ଆତଙ୍କବାଦୀଙ୍କୁ ଦୟା କରିବା ପରେ ନିଜକୁ ଦେଶଭକ୍ତ ବୋଲି ଦେଖାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଗୋଟିଏ ଆତଙ୍କବାଦୀ ସଂଗଠନ ଭାରତ ଓ ବାଂଲାଦେଶର ନାଗରିକମାନଙ୍କୁ ଅପହରଣ କରିଥିଲା। ଏହାପରେ ବାଂଲାଦେଶର ନାଗରିକଙ୍କ ଧର୍ମ ଦେଖି ସେମାନଙ୍କୁ ଛାଡ଼ିଦେଲା। ହେଲେ ସମସ୍ତ ୩୯ ଭାରତୀୟଙ୍କୁ ଆତଙ୍କବାଦୀମାନେ ହତ୍ୟା କଲେ। କ’ଣ ଆପଣମାନଙ୍କୁ ସେତେବେଳେ ଦୟା ଆସି ନଥିଲା? ଆତଙ୍କବାଦୀ ୟାକୁବ ମେମନର ଦୟା ଆବେଦନରେ ଦସ୍ତଖତ କରିବା ସମୟରେ କ’ଣ ଆପଣଙ୍କୁ ଡର ଲାଗି ନଥିଲା?”

୨୦୧୨ରେ ଭାରତ ପାଇଁ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିବା ଯୋଗେଶ୍ୱର ଅଭିନେତା ଶାହଙ୍କୁ ଆତଙ୍କବାଦୀଙ୍କୁ ଦୟା କରି ପରେ ଦେଶଭକ୍ତ ହେବାର ଅଭିନୟ ବନ୍ଦ କରିବାକୁ କହିଛନ୍ତି।



from Odisha Reporter http://bit.ly/2LvLUnt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages