ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ଦାନ କରିଦେଲେ ଏହି ଅରବପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ଦାନ କରିଦେଲେ ଏହି ଅରବପତି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ କେନ୍‌ୱାରାର ବ୍ୟବସାୟୀ ଷ୍ଟେନ୍‌ ପେରାନ୍‌ ନିଜର ୨.୮ ଅରବ ସମ୍ପତ୍ତିକୁ ଦାନ କରିଦେଇଛନ୍ତି। ଗତ ନଭେମ୍ବର ମାସରେ ୯୬ବର୍ଷ ବୟସରେ ପେରାନ୍‌ଙ୍କ ନିଧନ ହୋଇଛି। ମୃତ୍ୟୁ ପୂର୍ବରୁ ପେରାନ୍‌ ନିଜ ସମ୍ପତ୍ତିକୁ ଦାତବ୍ୟ ସଂସ୍ଥା ‘ଷ୍ଟେନ୍‌ ପେରାନ୍‌’କୁ ଦାନ କରିଦେଇଛନ୍ତି।

ଷ୍ଟେନ୍‌ ଲେଖିଛନ୍ତି, “ମୁଁ ମୋର ପିଲା ଦିନର ଲକ୍ଷ ପୂରଣ କରିଛି। ପରିବାର ପାଇଁ ଯାହା କରିବା କଥା କଲି। କିନ୍ତୁ ମୁଁ ଭାଗ୍ୟବାନ୍‌ ଯେ, ଯାହା ରୋଜଗାର କରିଛି ସେହି ଅର୍ଥକୁ ସାଧାରଣ ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ଯାଉଛି। ମୋ ଉପାର୍ଜିତ ଧନ ସେମାନଙ୍କ ଜୀବନ ସୁଧାରିବାରେ ସକ୍ଷମ ହେବ। ଏ କଥା ଭାବି ମୁଁ ଖୁସି।

‘ଷ୍ଟେନ୍‌ ପେରାନ୍‌’ ଅଷ୍ଟ୍ରେଲିଆରେ ଅନାଥ ପିଲାମାନଙ୍କ ସ୍ୱାସ୍ଥ୍ୟସେବାରେ ନିୟୋଜିତ। ଯାହାର ଦାୟିତ୍ୱ ପେରାନ୍‌ ବଞ୍ଚିଥିବା ବେଳେ ନିଜେ ନେଉଥିଲେ। ତାଙ୍କ ମୃତ୍ୟୁ ପରେ ଏହି ସଂସ୍ଥାକୁ ତାଙ୍କ ଝିଅ ଏବେ ସମ୍ଭାଳିବେ। ସୂଚନା ଅନୁଯାୟୀ, ପିଲାଦିନେ ଷ୍ଟେନ୍‌ ଦାରିଦ୍ର୍ୟ ଦେଇ ଗତି କରୁଥିଲେ। ନିଜ ପରିଶ୍ରମ ଏବଂ ଇଚ୍ଛାଶକ୍ତି ଦ୍ୱାରା ସେ ତାଙ୍କ ବ୍ୟବସାୟକୁ ଠିଆ କରି ସରା ଦେଶରେ ପ୍ରଚାର କରିପାରିଥିଲେ।



from Odisha Reporter https://ift.tt/2LjWtdj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages