ବିରାଟ୍‌ ଏବଂ ପାଇନ୍‌ କଥା କଟାକଟି,ଅମ୍ପାୟାର ଦେଲେ ୱାର୍ଣ୍ଣିଂ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ବିରାଟ୍‌ ଏବଂ ପାଇନ୍‌ କଥା କଟାକଟି,ଅମ୍ପାୟାର ଦେଲେ ୱାର୍ଣ୍ଣିଂ, ଦେଖନ୍ତୁ ଭିଡିଓ

ପର୍ଥ: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୪ର୍ଥ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଦେଶର ଅଧିନାୟକ ବିରାଟ୍‌ କୋହଲି ଏବଂ ଟିମ୍‌ ପାଇନ୍‌ଙ୍କ ମଧ୍ୟରେ କଥା କଟାକଟି ଏତେ ବଢ଼ି ଯାଇଥିଲା ଯେ ଫିଲ୍ଡ ଅମ୍ପାୟାର କ୍ରିସ୍‌ ଗାଫନେ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିଥିଲେ। ଏଥିସହ ସହ ଉଭୟ ଅଧିନାୟକଙ୍କୁ ୱାର୍ଣ୍ଣିଂ ମଧ୍ୟ ଦେଇଥିଲେ।

ମ୍ୟାଚ୍‌ର ୭୧ ତମ ଓଭର୍ ଯଶପ୍ରୀତ ବୁମ୍ରା ବୋଲିଂ କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ଶର୍ଟ ମିଡଅନ୍‌ରେ ଫିଲ୍ଡିଂ କରୁଥିବା ବିରାଟ୍‌ ୱିକେଟ୍‌ ପାଖକୁ ଆସିବାରୁ ପାଇନ୍‌ ତାଙ୍କୁ ଆକ୍ଷେପ କରି କହିଥିଲେ। ବିରାଟ୍‌ ମଧ୍ୟ ଏହାର ଜବାବ ଦେଇଥିଲେ। ଷ୍ଟମ୍ପରେ ଲାଗିଥିବା ମାଇକ୍ରୋଫୋନ୍‌ରେ ପାଇନ୍‌ଙ୍କ କଥା ରେକର୍ଡ ହୋଇଯାଇଥିଲା।

ପାଇନ୍‌ ଏହି ସମୟରେ କହିଥିଲେ ଯେ “ ତୁମେ ଗତକାଲି ନିଜର ସବୁ କିଛି ହରାଇ ସାରିଛ। ଆଜି କ’ଣ ପାଇଁ ତୁମେ କୁଲ୍‌ ରହିବାକୁ ଚେଷ୍ଟା କରୁଛ? ” ବିରାଟ୍‌ ମଧ୍ୟ ଏହାର ଜବାବ ଦେଇଥିଲେ। କିନ୍ତୁ ବିରାଟ୍‌ଙ୍କ କଥା ମାଇକର ଫୋନ୍‌ରେ ରେକର୍ଡ ହୋଇନାହିଁ। ଏହି କଥା କଟାକଟି ଭିତରେ ଅମ୍ପାୟାର କ୍ରିସ୍‌ ହସ୍ତକ୍ଷେପ କରି ଏପରି ନ କରିବାକୁ ଉଭୟଙ୍କୁ କହିଥିଲେ। ସେ କହିଥିଲେ “ ଯଥେଷ୍ଟ ହେଇଗଲା, ଆପଣ ଦୁଇ ଜଣ ଅଧିନାୟକ। ଖେଳ ଆରମ୍ଭ କରନ୍ତୁ। ଟିମ୍‌ ପାଇନ୍, ଆପଣ ଅଧିନାୟକ ବୋଲି ଭୁଲନ୍ତୁ ନାହିଁ।”

ପାଇନ୍‌ ଏହାର ପ୍ରତି ଉତ୍ତର ଦେଇ କହିଥିଲେ, “ ଆମେ ଦୁଇ ଜଣ କେବଳ କଥାବାର୍ତ୍ତା ହେଉଛୁ। ଏଠାରେ ଆଉ କିଛି ଘଟିନାହିଁ। ବିରାଟ୍‌ ତୁମେ ନିଜର ଥଣ୍ଡା ମିଜାଜ ବଜାୟ ରଖ।”

ଏହି ଘଟଣାର କିଛି ସମୟରେ ଉଭୟ ଖେଳାଳି ପରସ୍ପରକୁ ଧକ୍କା ଦେବା ଭଳି ପରିସ୍ଥିତିକୁ ଚାଲି ଆସିଥିଲେ। ତେବେ ସେମିତି କିଛି ଘଟି ନଥିଲା।



from Odisha Reporter https://ift.tt/2rH1TWx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages