
ମୁମ୍ୱାଇ:ବଲିଉଡ୍ର ବର୍ଷିୟାନ୍ ଅଭିନେତା କାଦର୍ ଖାନ୍ ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ହୋଇଥିବା ବେଳେ ସେ ଏବେ କାନାଡାରେ ଏକ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ Progressive supranuclear policy disorder(PSP) ହୋଇଥିବା ଜଣାପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଛି। ତେବେ ସେ ବଞ୍ଚିଥିବା ବେଳେ ସୋଶାଲ୍ ମିଡିଆରେ ତାଙ୍କର ଦେହାନ୍ତ ହୋଇ ସାରିଥିବା ଗୁଜବ ଉଠିଥିଲା। ତେବେ ଖବରର କୌଣସି ସତ୍ୟତାକୁ ଯାଞ୍ଚ ନକରି ଏମିତି ଏକ ମିଛ ଖବରକୁ ଅଲ ଇଣ୍ଡିଆ ରେଡିଓ ମଧ୍ୟ ଟ୍ୱିଟ୍ କରି ପ୍ରକାଶ କରିଥିଲା।
ତେବେ ଏହି ଖବର ଶୁଣିବା ପରେ କାଦର୍ ଖାନ୍ଙ୍କ ପୁଅ ଶୁଣିବା ପରେ ମର୍ମାହତ ହୋଇପଡ଼ିଥିଲେ। ଏହି ଖବରକୁ ଖଣ୍ଡନ କରିଥିବା ବେଳେ ଏହା ଏକ ଗୁଜବ ବୋଲି କହିଛନ୍ତି। କାଦର୍ଙ୍କ ପୁଅ ସରଫରାଜ୍ କହିଛନ୍ତି ଯେ, ଏହା ସବୁ ମିଛ କଥା। ମୋର ବାପା ବର୍ତ୍ତମାନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ତେଣୁ ଏପରି ଖବର ପ୍ରସାରିତ ନ କରିବାକୁ ଅନୁରୋଧ”। ତେବେ ଅଲଇଣ୍ଡିଆ ରେଡିଓ ଏକ ସସରକାରୀ ସଂସ୍ଥା ହୋଇଥିବା ବେଳେ ଏମିତି ମିଛ ଖବର ପ୍ରକାଶ କରିବା ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।
ରିପୋର୍ଟ ଅନୁସାରେ ୮୧ ବର୍ଷୀୟ କାଦର୍ ଖାନ୍ଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ତାଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ହେଉଛି। ଏହି କାରଣରୁ ତାଙ୍କର ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଛି। ଯେଉଁଥି ପାଇଁ ଡାକ୍ତର ତାଙ୍କୁ BiPAP ଭେଣ୍ଟିଲେଟର୍ରେ ରଖିଛନ୍ତି।
ଏହି ରୋଗ ଯୋଗୁ ରୋଗୀ କୌଣସି ଶାରୀରିକ କାର୍ଯ୍ୟ କରିପାରିନଥାଏ। ଏପରିକି ରୋଗୀର ସ୍ମରଣ ଶକ୍ତି ଆଦୌ ରୁହେ ନାହିଁ। କିଛିଦିନ ତଳେ କାଦର୍ ଖାନ୍ଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅମିତାବ ବଚ୍ଚନ ଏକ ଟ୍ୱିଟ୍ କରିଥିଲେ। ସେ ଲେଖିଥିଲେ,“ କାଦର ଖାନ୍ ହେଉଛନ୍ତି ଜଣେ ଦକ୍ଷ ଅଭିନେତା ଏବଂ ଲେଖକ। କିନ୍ତୁ ସେ ଏବେ ହସ୍ପିଟାଲ ବେଡ୍ରେ ପଡ଼ି ରହିଛନ୍ତି। ତାଙ୍କ ପାଇଁ ପ୍ରାର୍ଥନା କରିବା ଦରକାର। ସେ କେମିତି ସୁସ୍ଥ ହୋଇ ପୁଣି ଫେରିବେ, ସେଥିପାଇଁ ଆମକୁ ଭଗବାନଙ୍କୁ ଡାକିବାକୁ ପଡ଼ିବ।”
from Odisha Reporter http://bit.ly/2BSD92j
No comments:
Post a Comment