ଭୁବନେଶ୍ୱରରେ ‘ମ୍ୟାକ୍ସ ଫ୍ୟାଶନ୍‌’ର ଚତୁର୍ଥ ଶୋ’ ରୁମ୍‌ ଉଦ୍‌ଘାଟିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଭୁବନେଶ୍ୱରରେ ‘ମ୍ୟାକ୍ସ ଫ୍ୟାଶନ୍‌’ର ଚତୁର୍ଥ ଶୋ’ ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଫ୍ୟାଶନ୍ ବ୍ରାଣ୍ଡ୍ ‘ମ୍ୟାକ୍ସ ଫ୍ୟାଶନ୍‌’ର ଏକ ନୂଆ ଶୋ’ ରୁମ୍‌ ଭୁବନେଶ୍ୱର ପାତ୍ରପଡ଼ାର ‘ଡିଏନ୍ ରେଗାଲିଆ’ରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ରାଜଧାନୀରେ ‘ମ୍ୟାକ୍ସ ଫ୍ୟାଶନ୍‌’ର ଏହାର ଚତୁର୍ଥ ଷ୍ଟୋର୍‌। ଉଦ୍‌ଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ।
ଏହି ଅତ୍ୟାଧୁନିକ ଶୋ’ ରୁମ୍‌ରେ ପୁରୁଷ, ମହିଳା ଓ କିଡ୍‌ସ୍‌ଙ୍କ ପାଇଁ ପୋଷାକ, ଆକ୍ସେସରିଜ୍‌ ଓ ଫୁଟ୍ ୱିଅର୍‌ ସାମଗ୍ରୀ ଉପଲବ୍‌ଧ। ‘ମ୍ୟାକ୍ସ’ ପକ୍ଷରୁ ଏଠାରେ ଆକର୍ଷଣୀୟ ଉଦ୍‌ଘାଟନୀ ଅଫର୍‌ ଦିଆଯାଉଛି । କିଛି ନିର୍ଦିଷ୍ଟ ସାମଗ୍ରୀ ଉପରେ ଫ୍ଲାଟ୍ ୫୦% ରିହାତି ବି ରହିଛି।

ରାଜଧାନୀରେ ଏହି ନୂଆ ଶୋ’ ରୁମ୍‌ ଉନ୍ମୋଚନ ଅବସରରେ କମ୍ପାନୀର ପୂର୍ବାଞ୍ଚଳ ଜୋନ୍‌ ମାର୍କେଟିଂ ଏଭିପି ରାଜୀବ ମୁଖାର୍ଜୀ କହିଛନ୍ତି, “ଆମେ ସବୁ ବେଳେ ଆମ ଗ୍ରାହକଙ୍କୁ ନୂଆ ଷ୍ଟାଇଲ୍ ଓ ଟ୍ରେଣ୍ଡ୍ର ପୋଷାକ ଜରିଆରେ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛୁ । ଆମର ଶୀତ ପୋଷାକ, ସ୍ମାର୍ଟ କାଜୁଆଲ୍‌ ପୋଷାକକୁ ଅତ୍ୟାଧୁନିକ ଫେବ୍ରିକ୍‌ରେ ନୂତନ ପିଢ଼ିଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।“
ଶୀତଦିନିଆ ଚାହିଦାକୁ ଦୃଷ୍ଟିରେ ରଖି ‘ମ୍ୟାକ୍ସ’ ଏହି ନୂଆ ଶୋ’ ରୁମ୍‌ରେ ବାଇକର୍‌ ଜ୍ୟାକେଟ୍, କୁଲ୍ ସ୍ଲୋଗାନ୍‌ ସ୍ୱେଟ୍ ଟି, ଫକ୍ସ ଫୁର୍‌ ଜ୍ୟାକେଟ୍ ସହ ଅନ୍ୟାନ୍ୟ ଫ୍ୟାଶନ୍ ସାମଗ୍ରୀ ମଧ୍ୟ ରହିଛି।



from Odisha Reporter http://bit.ly/2VlyyyI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages