
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ମାଆକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ପୁଅ। ଏଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଦୁମୁକା ଗାଁରୁ। ମୃତ ମହିଳାଙ୍କ ନାଁ ତୁଳସୀ କାଣ୍ଡି। ଅଭିଯୁକ୍ତଙ୍କ ନାଁ କମଳାକାନ୍ତ କାଣ୍ଡି।
କମଳାକାନ୍ତଙ୍କ ଭଉଣୀ ଶାଶୂ ଘର ଛାଡ଼ି ବାପ ଘରେ ରହୁଥିଲେ। ଏହାକୁ କମଳାକାନ୍ତ ସହି ପାରୁ ନଥିଲେ। ତେଣୁ ତାଙ୍କ ପରିବାରରେ ନିୟମିତ ଭାବେ ଝଗଡ଼ା ହେଉଥିଲା।
ଏକଥାକୁ ନେଇ ଗତକାଲି ବି ତୁଳସୀ ଓ କମଳାକାନ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଝଗଡ଼ା ଚାଲିଥିବା ବେଳେ କମଳାକାନ୍ତ ଉତ୍କ୍ଷିପ୍ତ ହୋଇ ଏକ କୁକୁଡା କଟା ଚାପଡ଼ରେ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିଲେ। ତୁଳସୀଙ୍କ ମୁଣ୍ଡର ପଛ ପାଖରେ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ।
କମଳାକାନ୍ତ ତାଙ୍କ ମୃତଦେହକୁ ନିକଟରେ ଥିବା କୁକୁଡ଼ା ଫାର୍ମ ଭିତରେ ଲୁଚାଇ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ। ତେବେ ସେ ଧରାପଡ଼ି ଯାଇଥିଲେ।
ଡେରାବିଶ ପୁଲିସ୍ ଘଟଣାସ୍ଥଳରେ ତଦନ୍ତ କରିବା ସହିତ କମଳାକାନ୍ତଙ୍କୁ ଗିରଫ କରିଛି। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ଜବତ କରିଛି।
ଡେରାବିଶ ପୁଲିସ୍ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2Luwe3O
No comments:
Post a Comment