
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆପଣ ଚିକେନ୍କୁ ନେଇ ବିଭିନ୍ନ ସ୍ୱାଦିଷ୍ଟ ଡିଶ୍ ଖାଇଥିବେ। ତେବେ ଆଜି ଆମେ ଆପଣଙ୍କୁ ‘ପୋସ୍ତ ଚିକେନ୍’ର ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ ଟିପ୍ସ୍ ଦେବୁ।
ଆବଶ୍ୟକ ସାମଗ୍ରୀ: ଚିକେନ୍, ଅଦା ଓ ରସୁଣ ବଟା, ପିଆଜ ବଟା, ପୋସ୍ତ ବଟା, କଳା ଜିରା, କଞ୍ଚା ଲଙ୍କା, ତେଲ, ଲୁଣ, କ୍ରିମ୍, ପାଣି ଓ ହଳଦୀ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ପରେ ଏଥିରେ ଟିକେ କଳା ଜିରା, କଞ୍ଚା ଲଙ୍କା କଟା, ଅଦା ରସୁଣ ବଟା ଓ ପିଆଜ ବଟା ଦେଇ ମସଲାକୁ କଷନ୍ତୁ। ସେଥିରେ ହଳଦୀ ପକାନ୍ତୁ। ଏବେ ଚିକେନ୍କୁ ଭଲ କରି ଧୋଇ କଷା ଯାଇଥିବା ମସଲାରେ ପକାଇ ଅଧିକ କଷନ୍ତୁ। ଏବେ ସେଥିରେ ଲୁଣ, ପୋସ୍ତ ବଟା ଏବଂ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ମଝିରେ ମଝିରେ ଚିକେନ୍କୁ ଟିକେ ଗୋଳାନ୍ତୁ। ଚିକେନ୍ ହୋଇ ଆସିଲେ ଶେଷରେ କ୍ରିମ୍ ଦେଇ ଏହାକୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘ପୋସ୍ତ ଚିକେନ୍’। ଏହାକୁ ଗରମା ଗରମ ରୁଟି ବା ନାନ୍ ସହ ପରଷନ୍ତୁ।
from Odisha Reporter http://bit.ly/2AkOacG
No comments:
Post a Comment