
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆମେରିକାର ଏକ ଅଦାଲତ ଜଣେ ଭାରତୀୟ ନାଗରିକଙ୍କୁ ୯ବର୍ଷର କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ସହ ଅଶ୍ଲିଳ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ତାମିଲନାଡୁର ପ୍ରଭୁ ରାମମୂର୍ତ୍ତି। ୨୦୧୫ରେ ସେ ଏଚ୍-୧ବି ଭିସାରେ ଆମେରିକା ଯାତ୍ରା କରିଥିଲେ। ସେବେଠୁ ସେ ସେଠାରେ ରହି କାମ କରୁଥିଲେ। ଚଳିତ ବର୍ଷ ଜାନୁଆରୀ ୩ତାରିଖରେ ସେ ବିମାନରେ ଯାତ୍ରା କରୁଥିବା ସମୟରେ ତାଙ୍କ ପାଖରେ ବସିଥିବା ଆମେରିକୀୟ ମହିଳା ସହଯାତ୍ରୀଙ୍କୁ ସେ ଅସଦାଚରଣ କରିଥିଲେ। ଉକ୍ତ ମହିଳା ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।
ଗୁରୁବାର ସ୍ଥାନୀୟ ଡେଟ୍ରୋଏଟ୍ ଫେଡେରାଲ୍ କୋର୍ଟ ତାଙ୍କୁ ୯ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।
from Odisha Reporter https://ift.tt/2PEU7WO
No comments:
Post a Comment