ଛିଡ଼ୁନି କଂଗ୍ରେସର ଛତିଶଗଡ଼ ଗଣିତ, ପୁଣି କାଲିକୁ ଅପେକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଛିଡ଼ୁନି କଂଗ୍ରେସର ଛତିଶଗଡ଼ ଗଣିତ, ପୁଣି କାଲିକୁ ଅପେକ୍ଷା

ନୂଆଦିଲ୍ଲୀ: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ହାଇଡ୍ରାମା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁଖ୍ୟମନ୍ତ୍ରୀମାନଙ୍କ ନାଁ ଘୋଷଣା କରିଥିଲେ। ଏବେ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଜି କଂଗ୍ରେସ ଅଧ୍ୟକ୍ଷ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପାଇଁ ୪ ଜଣ ଦାବିଦାରଙ୍କ ସହ ୱାନ୍‌-ଟୁ-ୱାନ୍‌ ଆଲୋଚନା କରିବା ସହ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟର ସମୀକ୍ଷା କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଗଣିତ ଛିଡ଼ିନାହିଁ। ତେଣୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଆଜି ରାହୁଲ ଗାନ୍ଧି ନିଜ ବାସଭବନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ୪ ଜଣ ନେତା- ଭୂପେଶ ବାଘେଲ, ଟିଏସ୍‌ ସିଂହଦେଓ, ତାମ୍ରଧ୍ୱଜ ସାହୁ ଏବଂ ଚରଣ ଦାସ ମହନ୍ତଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେହି ୪ ଜଣଙ୍କ ସହ ଏକ ଫଟୋ ଉଠାଇ ଟ୍ୱିଟରରେ ପୋଷ୍ଟ କରିଥିଲେ। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ରାହୁଲ ଗାନ୍ଧି ଏଭଳି ଆଶାୟୀଙ୍କ ସହ ଫଟୋ ଉଠାଇଥିଲେ। ମନେ ହେଉଛି, ମୁଖ୍ୟମନ୍ତ୍ରୀ କିଏ ହେବ, ଆଜି ସେକଥା ଚୂଡ଼ାନ୍ତ ହୋଇ ସାରିଛି। କିନ୍ତୁ ଆସନ୍ତାକାଲି ନାଁ ଘୋଷଣା ହେବ ବୋଲି ଛତିଶଗଡ଼ର ଦଳୀୟ ପର୍ଯ୍ୟବେକ୍ଷକ ପିଏଲ୍‌ ପୁନିଆ କହିଛନ୍ତି।



from Odisha Reporter https://ift.tt/2S19BGz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages