ଭୟାବହ ଅଗ୍ନିକାଣ୍ଡ: ଜଳିଗଲେ ୪ ଗୋରୁ, ୨୫ରୁ ଅଧିକ ଛେଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଭୟାବହ ଅଗ୍ନିକାଣ୍ଡ: ଜଳିଗଲେ ୪ ଗୋରୁ, ୨୫ରୁ ଅଧିକ ଛେଳି

fire

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜୁରାଗଡ଼ିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଗାଁର ଅମରେନ୍ଦ୍ର ପାଲଙ୍କ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ତାଙ୍କ ଦୁଇ ବଖରା ଘର ସହ ଧାନ ଜଳି ଯାଇଛି। ଏଥିସହ ନିଆଁରେ ଚାରୋଟି ଗୋରୁ ଓ ୨୫ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଅମରେନ୍ଦ୍ରଙ୍କ ଘରେ ନିଆଁ ଲାଗିବା ଦେଖି ଗାଁ ଲୋକେ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ସବୁ ପୋଡ଼ି ଛାରଖାର ହୋଇସାରିଥିଲା।

ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।



from Odisha Reporter http://bit.ly/2SxFAyF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages