
ଦେବଗଡ଼ (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦେବଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ମହାତୋ। ଜଣେ ଠିକାଦାରଙ୍କ ଠାରୁ ୨୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ଦେବଗଡ଼ ସହରର ଦିଲୀପ କୁମାର ପାଢ଼ୀ ନାମକ ଜଣେ ଠିକାଦାରଙ୍କ ବିଲ୍ ପାସ୍ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ମହାତୋ ୨୧ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଠିକାଦାର ଭିଜିଲାନ୍ସ ଡିଏସ୍ପି ନିକଟରେ ଲିଖିତ ଅଭିଯୋଗ କରିଥିଲେ।
ତାଙ୍କ ଅଭିଯୋଗ ଆଧାରରେ ନିର୍ବାହୀ ଯନ୍ତ୍ରୀଙ୍କୁ ଧରିବା ପାଇଁ ଭଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପୂର୍ବ ଯୋଜନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଠିକାଦାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ରାସାୟନିକ ପ୍ରଲେପବୋଳା ୨୧ ହଜାର ଟଙ୍କା ଦେଇଥିଲେ। ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ। ଏଥିସହ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ କରାଯାଇଥିଲା।
from Odisha Reporter http://bit.ly/2TcW7Yo
No comments:
Post a Comment