୨୩ରେ ଆସିବେ କେସିଆର, ନବୀନ ନିବାସ ଯିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

୨୩ରେ ଆସିବେ କେସିଆର, ନବୀନ ନିବାସ ଯିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିପୁଳ ସଫଳତା ସହ ପୁନର୍ବାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌) ୨୩ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ୨୩ ତାରିଖ ରାତିରେ ସେ ସପରିବାର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ରାତି ବିତାଇବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁସାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ୨୩ ତାରିଖରୁ ସପରିବାର ଏକ ସ୍ୱତନ୍ତ୍ର ବିମାନରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଓ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ତାଙ୍କ ଦଳ ଟିଆରଏସ ପକ୍ଷରୁ ଏହି ବିମାନଟି ଭଡ଼ାରେ ଅଣାଯାଇଛି ଓ କେସିଆର ପ୍ରାୟ ଏକମାସ ଧରି ଏହି ବିମାନରେ ୪ଟି ରାଜ୍ୟର ବିଭିନ୍ନ ସ୍ଥାନ ବୁଲିବେ। କେସିଆର ନିଜ ପରିବାର ସହ ବେଗମପେଟ୍ ବିମାନ ବନ୍ଦରରୁ ଡିସେମ୍ବର ୨୩ତାରିଖ ସକାଳ ୧୦ଟାରେ ବିଶାଖାପାଟଣା ଆସିବେ। ସେଠାରେ ଶାରଦାପୀଠମକୁ ବୁଲି ଦେଖିବା ସହ ରାଜାସ୍ୟମଳା ମନ୍ଦିରରେ ପୂଜାର୍ଚ୍ଚନା କରିବେ।ସେ ସ୍ୱାମୀ ସ୍ୱରୂପାନେନ୍ଦ୍ରଙ୍କୁ ସାକ୍ଷାତ କରିବା ସହ ତାଙ୍କ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ।

ତା’ପରେ ବିଶାଖାପାଟଣାରୁ ଭୁବନେଶ୍ୱରରେ ଆସି ସନ୍ଧ୍ୟା ୬ଟାରେ ପହଞ୍ଚିବେ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ସାକ୍ଷାତ କରିବେ। ତା’ପରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ରାତ୍ରିଯାପନ କରିବାପରେ ୨୪ତାରିଖ ସକାଳୁ ସଡ଼କ ମାର୍ଗରେ ପୁରୀ ଓ କୋଣାର୍କ ଯିବେ। ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ସେ ଭୁବନେଶ୍ୱର ଫେରିବେ ଓ ମଧ୍ୟାହ୍ନ ଭୋଜନ କରିବା ପରେ କୋଲକାତା ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

୨୪ତାରିଖ ଅପରାହ୍ନ ୪ଟାରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ସେଠାରେ ମା’ କାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ରାତିରେ ଦିଲ୍ଲୀ ଯିବେ।ଡିସେମ୍ବର ୨୫ରୁ ସେ ୨-୩ଦିନ ଧରି ଦିଲ୍ଲୀରେ ରହିବେ।

ଦିଲ୍ଲୀ ରହଣି ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସେ ମଧ୍ୟ ବିଏସପି ସୁପ୍ରିମୋ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି।



from Odisha Reporter http://bit.ly/2A87XMw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages