
କାଠମାଣ୍ଡୁ: ନେପାଳର ଦଙ୍ଗ ଜିଲ୍ଲାରେ ଆଜି ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଷ୍ଟଡିଟୁର୍ରୁ ଫେରୁଥିବା ଗୋଟିଏ ବସ୍ ଉଚ୍ଚ ପାହାଡ଼ିଆ ଘାଟି ଅତିକ୍ରମ କରିବା ବେଳେ ତଳକୁ ଖସି ପଡ଼ିଛି। ଏଥିରେ ୧୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍ଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କ୍ରିଷ୍ଣାସେନ ଇଚ୍ଚୁକ ଟେକ୍ନିକାଲ ସ୍କୁଲର ୩୧ ଜଣ ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ବସ୍ଟି ସାଲୟନ୍ ସ୍ଥିତ ବଟାନିକାଲ ଗାର୍ଡେନକୁ ଷ୍ଟଡିଟୁର ପାଇଁ ଯାଇଥିଲା। ତେବେ ସେଠାରୁ ଫେରିବା ବେଳେ ଦଙ୍ଗଠାରେ ଥିବା ପାହାଡ଼ ରାସ୍ତାରୁ ବସ୍ଟି ଘାଟି ତଳକୁ ଖସି ପଡ଼ିଥିଲା। ବସ୍ଟି ପାଖାପାଖି ୪୦୦ ମିଟର ତଳକୁ ଖସି ପଡ଼ିବାରୁ ଘଟଣା ସ୍ଥଳରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ବସ୍ ମଧ୍ୟରୁ ୧୨ ଜଣ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଆହତମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।
from Odisha Reporter http://bit.ly/2BwNy3I
No comments:
Post a Comment