ବିରାଟଙ୍କ ବ୍ୟାଟ୍‌ରୁ ବାହାରିଲା ୨୫ତମ ଟେଷ୍ଟ୍‌ ଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ବିରାଟଙ୍କ ବ୍ୟାଟ୍‌ରୁ ବାହାରିଲା ୨୫ତମ ଟେଷ୍ଟ୍‌ ଶତକ

virat

ପର୍ଥ: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପର୍ଥଠାରେ ଚାଲିଛି ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍। ଆଜି ହେଉଛି ଏହାର ତୃତୀୟ ଦିନ। ଗତକାଲିଠାରୁ କ୍ରିଜ୍‌ରେ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ଶତକ ମାରିଛନ୍ତି। ଏହା ହେଉଛି ତାଙ୍କର ୨୫ତମ ଟେଷ୍ଟ୍ ଶତକ। ସେ ୨୧୫ଟି ବଲ୍‌ରୁ ୧୧ଟି ଚୌକା ସହାୟତାରେ ଏହି ଶତକ କରିଛନ୍ତି। ଗତକାଲି ଖେଳ ଶେଷ ସୁଦ୍ଧା ସେ ୮୨ ରନ୍ କରି ଅପରାଜିତ ଥିଲେ।

ଅନ୍ୟପକ୍ଷରେ ଗତକାଲି ୫୧ ରନ୍ କରି ଅପରାଜିତ ଥିବା ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ଆଜି ଆଉ ଆଗକୁ ବଢ଼ି ପାରି ନଥିଲେ। ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ ସେ ନାଥନ ଲିୟନଙ୍କ ବଲ୍‌ରେ ଅଧିନାୟକ ତଥା ୱିକେଟ୍ କିପର୍ ଟିମ୍ ପାଇନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୨୬ ରନ୍ କରିଥିବା ବେଳେ ଭାରତ ୪ ୱିକେଟ୍ ହରାଇ ୨୦୦ ଅତିକ୍ରମ କରିସାରିଛି।

ବିରାଟ କୋହଲି ଆଜି ତାଙ୍କ ଟେଷ୍ଟ୍ କ୍ୟାରିୟରର ୨୫ତମ ଶତକ ମାରିଥିବା ବେଳେ ଏହା ହେଉଛି ଅଷ୍ଟ୍ରେଲିଆ ବିପକ୍ଷରେ ୭ମ ଶତକ। ସେ ତାଙ୍କ ଟେଷ୍ଟ୍ କ୍ୟାରିୟରର ପ୍ରଥମ ଶତକ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୨ ମସିହାରେ ଆଡେଲେଡ୍‌ରେ ମାରିଥିଲେ।

ଏହି ୭ଟି ଶତକ ମଧ୍ୟରୁ କେବଳ ଗୋଟିଏ ସେ ଭାରତରେ କରିଥିଲେ। ୨୦୧୩ରେ ଚେନ୍ନାଇରେ ଖେଳା ଯାଇଥିବା ମ୍ୟାଚ୍‌ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୭ ରନ୍ କରିଥିଲେ। ବାକି ସବୁ ଶତକ ସେ ଅଷ୍ଟ୍ରେଲିଆରେ ହିଁ ମାରିଛନ୍ତି।

ଟେଷ୍ଟରେ ଦ୍ରୁତ ୨୫ତମ ଶତକ ମାରିବାରେ ସେ ଅଷ୍ଟ୍ରେଲିଆର ବିଖ୍ୟାତ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡ୍‌ମ୍ୟାନ୍‌ଙ୍କ ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି। ବ୍ରାଡ୍‌ମ୍ୟାନ୍ ୭୦ ବର୍ଷ ପୂର୍ବେ ୬୮ଟି ଇନିଂସ୍‌ରେ ୨୫ତମ ଟେଷ୍ଟ୍ ଶତକ ମାରିଥିବା ବେଳେ କୋହଲି ୧୨୭ତମ ଇନିଂସ୍‌ରେ ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି। ଅର୍ଥାତ୍ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ସେ ସବୁଠୁ ଦ୍ରୁତ ୨୫ତମ ଟେଷ୍ଟ ଶତକ ହାସଲକାରୀ।



from Odisha Reporter https://ift.tt/2SOhv6f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages