ସଚିନ୍‌ ଓ ଗାଭାସ୍କରଙ୍କୁ ପଛରେ ପକାଇ ଦେଲେ ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ସଚିନ୍‌ ଓ ଗାଭାସ୍କରଙ୍କୁ ପଛରେ ପକାଇ ଦେଲେ ବିରାଟ

vvirat

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଶତକ ହାସଲ କରିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି। ଏହା ହେଉଛି ତାଙ୍କର ୨୫ତମ ଟେଷ୍ଟ୍ ଶତକ। ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ସପ୍ତମ ଶତକ। ତେବେ ଏହି ଶତକ ସହିତ ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି।

୨୫ତମ ଟେଷ୍ଟ ଶତକ ହାସଲ କରିବାରେ ସେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରଡ୍‌ମ୍ୟାନଙ୍କ ତଳକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଉ ଏହା ସହିତ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ସବୁଠୁ ଦ୍ରୁତ ୨୫ତମ ଟେଷ୍ଟ୍ ଶତକ ହାସଲକାରୀ ହୋଇଯାଇଛନ୍ତି। ଏଥିରେ ସେ ସଚିନ୍‌ ତେନ୍ଦୁଲକର ଓ ସୁନୀଲ ଗାଭାସ୍କରଙ୍କୁ ଟପି ଯାଇଛନ୍ତି।

ବ୍ରାଡ୍‌ମ୍ୟାନ୍ ୬୮ଟି ଇନିଂସ୍‌ରୁ ୨୫ତମ ଟେଷ୍ଟ୍ ଶତକ ହାସଲ କରିଥିବା ବେଳେ ବିରାଟଙ୍କୁ ୧୨୭ତମ ଇନିଂସ୍‌ରେ ଏହି ସଫଳତା ମିଳିଛି।

୨୫ତମ ଦ୍ରୁତ ଟେଷ୍ଟ ଶତକ ହାସଲକାରୀଙ୍କ ତାଲିକାରେ ଡନ୍ ବ୍ରାଡ୍‌ମ୍ୟାନ୍‌ଙ୍କ ପରେ ତେନ୍ଦୁଲକରଙ୍କ ନାଁ ଥିଲା। ହେଲେ ଏବେ ବିରାଟ ତାଙ୍କ ସ୍ଥାନ ନେଇଛନ୍ତି। ତେନ୍ଦୁଲକର ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ସେ ୧୩୦ଟି ଇନିଂସ୍‌ ଖେଳି ୨୫ତମ ଟେଷ୍ଟ୍ ଶତକ ହାସଲ କରିଥିଲେ। ସେହିଭଳି ୧୩୮ଟି ଇନିଂସ୍‌ରୁ ୨୫ଟି ଶତକ ମାରି ତୃତୀୟ ସ୍ଥାନରେ ଥିବା ସୁନୀଲ ଗାଭାସ୍କର ଏବେ ଚତୁର୍ଥ ସ୍ଥାନକୁ ଖସି ଯାଇଛନ୍ତି।

ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ୍ ୧୩୯ଟି ଇନିଂସ୍‌ରୁ ୨୫ତମ ଟେଷ୍ଟ୍ ଶତକ ହାସଲ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ର ଗ୍ୟାରୀ ସୋବର୍ସ ୧୪୭ଟି ଇନିଂସ୍‌ରୁ ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରିଥିଲେ।

ପର୍ଥରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୨୬ ରନ୍ କରିଥିବା ବେଳେ ଭାରତୀୟ ଦଳ ୫ ୱିକେଟ୍ ହରାଇ ୨୪୫ ରନ୍ ଅତିକ୍ରମ କରି ସାରିଛି।



from Odisha Reporter https://ift.tt/2ExuFS8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages