ବଲିଉଡ୍‌ ଅଭିନେତ୍ରୀଙ୍କ କାର ଧକ୍କାରେ ବାଇକ୍‌ ଆରୋହୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ବଲିଉଡ୍‌ ଅଭିନେତ୍ରୀଙ୍କ କାର ଧକ୍କାରେ ବାଇକ୍‌ ଆରୋହୀ ମୃତ

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନଙ୍କ କାର ଧକ୍କାରେ ଜଣେ ବାଇକ୍‌ଆରୋହୀଙ୍କ ମୃତ୍ୟୁ ଘଟିଛି। ଗୋଆରେ ଏହି ଦୁର୍ଘଟଣା ଘଟିଛି। ଏଏନଆଇ ସୂଚନାମୁତାବକ ବାଇକ୍‌ ଆରୋହୀ ଜଣକ ବିନା ହେଲମେଟ୍‌ରେ ଥିଲେ। ତେବେ ଜରିନ୍‌ ଖାନଙ୍କ କାର ସହ  ବାଇକ୍ ଧକ୍କା ହେବା ପରେ ବାଇକ୍‌ ଆରୋହୀ ଜଣକ ରାସ୍ତାର ଡିଭାଇଡରରେ ପିଟି ହୋଇଥିଲେ।

ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ଜରିନ୍‌ ଖାନ୍‌ଙ୍କ ଟିମ୍‌ ସଦସ୍ୟ ସମ୍ପୃକ୍ତ ବାଇକ୍ଆରୋହୀଙ୍କୁ ସ୍ଥାନୀୟ ମେଡିକାଲରେ ଭିର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପାଇଁ ଜରିନ୍‌ ଖାନ୍‌ ଦୁଃଖିତ ଥିବା କହିଛନ୍ତି। ସଲମାନଙ୍କ ସହ ‘ବୀର’ରୁ ଫିଲ୍ମରେ ଅଭିନୟର ସୁଯୋଗ ପାଇ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଜରିନ୍‌।



from Odisha Reporter https://ift.tt/2QvobJS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages