ଜାଣନ୍ତୁ, ରକ୍ତହୀନତାର ଲକ୍ଷଣ ଓ ଏହାର ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଜାଣନ୍ତୁ, ରକ୍ତହୀନତାର ଲକ୍ଷଣ ଓ ଏହାର ଉପଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ରକ୍ତ, ଶରୀରରେ ଥିବା ପ୍ଲାଜମା ଏବଂ କଣିକାରୁ ପ୍ରସ୍ତୁତ ହୋଇଥାଏ। ଏହି କଣିକା ମୁଖ୍ୟତଃ ଦୁଇ ପ୍ରକାରର, ଲୋହିତ ରକ୍ତକଣିକା(RBC) ଏବଂ ଶ୍ଵେତ ରକ୍ତକଣିକା(WBC)।

ଲୋହିତ ରକ୍ତ କଣିକାରେ ହିମୋଗ୍ଲୋବିନ ନାମକ ଏକ ପଦାର୍ଥ ଥାଏ, ଯାହା ମୁଖ୍ୟତଃ ଲୌହସାର ଏବଂ ପ୍ରୋଟିନ୍‌ରେ ତିଆରି ହୋଇଥାଏ। ହିମୋଗ୍ଲୋବିନ ଶରୀରର ସମସ୍ତ କୋଷିକାକୁ ଅମ୍ଳଜାନ ପହଞ୍ଚାଇଥାଏ, ଫଳରେ ଶରୀର ଫୁର୍ତ୍ତି ଓ ସତେଜ ରହେ। ଶରୀରରେ ହିମୋଗ୍ଲୋବିନ ତିଆରି ହେବାରେ ବାଧା ଉପୁଜିଲେ ରକ୍ତହୀନତା ରୋଗ ଆରମ୍ଭ ହୋଇଥାଏ।

ରକ୍ତରେ ଥିବା ଆଇରନ୍ ସାଧାରଣତଃ ରକ୍ତକୁ ଲାଲ୍‌ ଓ ମଜବୁତ କରି ଶରୀରକୁ ନିରୋଗ, ସତେଜ ଏବଂ ଶକ୍ତିଶାଳୀ କରାଇଥାଏ। ଯଦି ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ଆଇରନ୍ ନ ଥାଏ ତେବେ ରକ୍ତ ହଳଦିଆ ବା ଶେଥା ପଡିଯାଏ ଏବଂ ଶରୀରରେ ରକ୍ତର ପରିମାଣ ମଧ୍ୟ କମିଯାଏ। ଏହାକୁ ହିଁ ରକ୍ତହୀନତା କୁହାଯାଏ।

ରକ୍ତହୀନତାର ଲକ୍ଷଣ

୧. ଆଖି, ନଖ ଏବଂ ଜିଭର ରଙ୍ଗ ହଳଦିଆ ଦେଖାଯିବା।

୨. ଛୋଟ ଛୋଟ କାମ ଯେପରିକି ଖେଳିବା, ଶିଡ଼ି ଚଢ଼ିବା ଇତ୍ୟାଦିରେ ଖୁବ୍‌ ଶୀଘ୍ର ହାଲିଆ ହୋଇଯିବା ଓ ଧଇଁ ସଇଁ ହେବା।

୩. ରକ୍ତ ହୀନତା ଥିଲେ ସାଧାରଣତଃ ଭୋକ କମ୍ ଲାଗେ। ଅଳ୍ପ ଖାଦ୍ୟ ଖାଇବାକୁ ଇଛା ହୁଏ।

୪. ପାଠ ପଢ଼ାରେ ଓ ଘରେ କୌଣସି କାମରେ ମନ ନ ଲାଗିବା ମଧ୍ୟ ରକ୍ତହୀନତାର ଏକ ଲକ୍ଷଣ।

୫. ରକ୍ତହୀନତା ହେଲେ ବାରମ୍ବାର ହେହ ଖରାପ ହୋଇଥାଏ। ଆଉ ଶୀଘ୍ର ଭଲ ମଧ୍ୟ ହୋଇ ନ ଥାଏ।

ରକ୍ତହୀନତାରୁ ରକ୍ଷା ପାଇଁ ଟିପ୍ସ

୧. ପ୍ରତିଦିନ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍। ଏଥିସହ ଖାଦ୍ୟ ଖାଇବାର ଏକ ନିଶ୍ଚିତ ସମୟ ନିର୍ଦ୍ଧାରଣ କରନ୍ତୁ।

୨. ସବୁଜ ପନିପରିବା, ଶାଗ ଓ ଡାଲି ଜାତୀୟ ଖାଦ୍ୟ ଖାଆନ୍ତୁ। ଡାଲିଜାତୀୟ ଶସ୍ୟକୁ ଗଜା କରି ଖାଇଲେ ସେଥିରେ ଥିବା ତତ୍ତ୍ଵ ଶରୀରରେ ଆଇରନ୍ ପ୍ରସ୍ତୁତିରେ ବାଧା ଆଣୁଥିବା ପଦାର୍ଥକୁ କମାଇ ଦେବା ସହିତ ଭିଟାମିନ ‘ସି’ର ମାତ୍ରା ବଢାଇଥାଏ।

୩. ଏଥିସହ ଛେଳି ମାଂସ, କଲିଜା, ମାଛ, ଅଣ୍ଡା ଓ ଚିଙ୍ଗୁଡ଼ି ଇତ୍ୟାଦି ଖାଦ୍ୟ ଯଥା ସମ୍ଭବ ଖାଇବା ଆବଶ୍ୟକ।

୪. ରକ୍ତହୀନତା ଦୂର କରିବାପାଇଁ ଆଇରନ୍ ଯୁକ୍ତ ଖାଦ୍ୟ ଖାଇବା ସହିତ ନିୟମିତ  ଶରୀରର କୃମି ନଷ୍ଟ ପାଇଁ କୃମି-ନାଶକ ଔଷଧ ବ୍ୟବହାର କରିବାକୁ ହେବ। କାରଣ କୃମି ହେଲେ, ଏହା ଶରୀରରୁ ରକ୍ତ ଶୋଷିନେବ।

୫. ମନେରଖନ୍ତୁ, ଖାଇବା ସହ କିମ୍ବା ଖାଇବା ପରେ ଚା’ ପିଇବା ଆପଣଙ୍କ ପକ୍ଷେ କ୍ଷତିକାରକ।

୬. ପ୍ରତିଦିନ ତଟକା ଫଳ ଖାଇବା ଉଚିତ୍‌ । ବିଶେଷ କରି କଞ୍ଚା କଦଳୀ, ପାଚିଲା ଅମୃତ ଭଣ୍ଡା ପରି ଆଇରନ୍‌ ଯୁକ୍ତ ଫଳ ଖାଆନ୍ତୁ।

୭. ଏଥିସହ ଡାକ୍ତରଙ୍କ ସହ ପରାମର୍ଶ କରି ଆଇରନ୍‌ ବଟିକା ଖାଇବା ମଧ୍ୟ ଉଚିତ୍‌।

 



from Odisha Reporter https://ift.tt/2UDUuVn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages