ବିମାନରେ ହୋଇପାରେ ସ୍ଥାନୀୟ ଭାଷାରେ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ବିମାନରେ ହୋଇପାରେ ସ୍ଥାନୀୟ ଭାଷାରେ ଘୋଷଣା

ନୂଆଦିଲ୍ଲୀ: “ଆଜ୍ଞାମାନଙ୍କୁ ମାଛରଙ୍କା ପ୍ଲେଇନ ସର୍ଭିସକୁ ଆମେ ସ୍ୱାଗତ କରିବାର । ଆଉ ଟିକୁଟେ ପରେ ଆମ ପ୍ଲେଇନ ଆକାଶକୁ ଉଠିଅ । ହେଇଟି ଆଜ୍ଞା ମନେ, ପାଟି ତୁନିକି , ଚୁପଚାପକିରି ବସ ।” ଏମିତି ଗୋଟେ ବିମାନ ଭିତର ଘୋଷଣା ସହିତ ଲୋକପ୍ରିୟ ସୋଶାଲ ମିଡିଆ ହ୍ୟାଣ୍ଡଲର @PurunaRadio ଏକ ପୋଷ୍ଟ ବେଶ୍‌ ଭାଇରାଲ ହୋଇଥିଲା। ଭାବିଲେ ଦେଖି ସତରେ ଯଦି ଓଡ଼ିଆରେ ଏବଂ ଅନ୍ୟ ଆଞ୍ଚଳିକ ଭାଷାରେ ଏମିତି ଘୋଷଣା ହେବ କେମିତି ହେବ।

ଆଜ୍ଞା ହଁ ସତରେ ଏହା ସମ୍ଭବ ହେବାକୁ ଯାଉଛି। ଯଦିଓ ଅଣସ୍ୱୀକୃତି ପ୍ରାପ୍ତ ଭାଷାଗୁଡ଼ିକ ସାମିଲ ନହୋଇପାରେ ସ୍ଥାନୀୟ ମୁଖ୍ୟ ଭାଷରେ ଘୋଷଣା କରାଇବାପାଇଁ ବିମାନ କର୍ତ୍ତୃପକ୍ଷଗୁଡ଼ିକ ଚିନ୍ତା କରୁଥିବା ଜଣାଯାଇଛି।

ଏତଦ୍‌ବ୍ୟତୀତ ବିମାନ କୌଣସ ଐତିହ୍ୟ ଉପର ଦେଇ ଉଡ଼ାଣ ଭରୁଥିବା ସମୟରେ ମଧ୍ୟ ସେହି ବିଷୟରେ ଘୋଷଣା କରିପାରିବେ। ପୂର୍ବରୁ ହିନ୍ଦି ଓ ଇଂରାଜୀରେ କେବଳ ଘୋଷଣା କରାଯାଉଥିଲା ଏବଂ ବର୍ତ୍ତମାନ ସ୍ଥାନୀୟ ବା ଦେଶୀ ଭାଷାରେ ଘୋଷଣା କରାଯିବ।

ଗତ ୨୨ ତାରିଖରେ ବିଜେପି ମେଣ୍ଟ ସରକାର ସହଯୋଗୀ ଜିଏଫ୍‌ପି ନେତା ତଥା ମନ୍ତ୍ରୀ ବିଜୟ ସରଦେଶାଇ କହିଥିଲେ ଯଦି ଡବୋଲିମ୍‌ ବିମାନ ବନ୍ଦରରେ କୋଙ୍କଣୀ ଭାଷାରେ ଘୋଷଣା କରାନଯାଏ ବିମାନ ଉଡ଼ିବାକୁ ଦିଆଯିବନି। ସେ ଆହୁରି ମଧ୍ୟ କହିଥିଲେ ଗୋଆ ବିମାନ ବନ୍ଦରରେ କୋଙ୍କଣୀ ବ୍ୟବହାର ନହେବା ଗ୍ରହଣୀୟ ନୁହେଁ।

ଏହାପରେ ବିମାନ କର୍ତ୍ତୃପକ୍ଷ ଡିଜିସିଏ ଏକ ଅଡଭାଇଜରୀ ଜାରି କରି କହିଛନ୍ତି ବିମାନ କମ୍ପାନୀମାନେ ଏଥିପାଇଁ ବିଚାର କରୁଛନ୍ତି। ଏପରିକି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ମଧ୍ୟ ଏକ ସର୍କୁଲାର ଜାରି କରି ହିନ୍ଦୀ ଓ ଇଂରାଜୀ ସହିତ ସ୍ଥାନୀୟ ଭାଷା ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା।



from Odisha Reporter http://bit.ly/2EPaTkk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages