ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଶ୍ରୀମନ୍ଦିରରେ ଧସେଇ ପଶିଲେ ଭକ୍ତ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଶ୍ରୀମନ୍ଦିରରେ ଧସେଇ ପଶିଲେ ଭକ୍ତ, ଦେଖନ୍ତୁ ଭିଡିଓ

puribaricade

ପୁରୀ (ଓଡ଼ିଶା ରିପୋର୍ଟର): ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ। ଶ୍ରୀମନ୍ଦିର ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା  କରିବା ପରେ ଶେଷରେ ସେମାନେ ଧସେଇ ପଶିଲେ। ଏହାକୁ ନେଇ ପୁଲିସ୍‌ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଛି। ଏଥିଯୋଗୁ ଶ୍ରୀମନ୍ଦିର ବାହାରେ ଉତ୍ତେଜନା ପ୍ରକାଶ ପାଇଛି।

ଗତକାଲି ପୁଲିସ୍ ଓ ସେବାୟତଙ୍କ ମଧ୍ୟ ବିବାଦ ହୋଇଥିଲା। ପୁଲିସ୍ ଜଣେ ସେବାୟତଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା ଓ ଏହାକୁ ନେଇ ଗତକାଲି ଠାରୁ ବିବାଦ ଲାଗି ରହିଛି।

ଏଥିପାଇଁ ବର୍ତ୍ତମାନ ସୁଦ୍ଧା (ଏ ଖବର ଲେଖାଯିବା ସୁଦ୍ଧା) ଶ୍ରୀମନ୍ଦିର ବଡଦେଉଳର ଦ୍ୱାର ଖୋଲିନାହିଁ। ଶ୍ରୀଜିଉଙ୍କ ମଙ୍ଗଳ ଆଳତି କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଠାକୁରମାନେ ଓପାସରେ ଅଛନ୍ତି।

ସେବାୟତ ଓ ପ୍ରଶାସନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ବିବାଦର କୌଣସି ସମାଧାନ ହୋଇପାରି ନଥିବା ବେଳେ ସକାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ଧୈର୍ଯ୍ୟଚ୍ୟୁତ ହୋଇଥିଲା ଓ ସେମାନେ ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପଶିଥିଲେ।

ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଭକ୍ତ ବିରକ୍ତ ହୋଇସାରିଥିବା ବେଳେ ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଅତି ବେପାରୁଆ ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ଏମିତି ବିଶୃଙ୍ଖଳା ନୂଆ ନୁହେଁ। ମଝିରେ ମଝିରେ ଏମିତି ହୁଏ। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ହେବାର କିଛି କାରଣ ନାହିଁ। ମନ୍ଦିର ଖୋଲିଲେ ଭକ୍ତ ଦର୍ଶନ କରିବେ, ନହେଲେ ନାହିଁ। ଭକ୍ତମାନେ ସମୁଦ୍ରକୂଳରେ ବୁଲନ୍ତୁ ଓ ଅନ୍ୟ ଜାଗାକୁ ଯାଇ ବୁଲନ୍ତୁ।

ଶ୍ରୀମନ୍ଦିରର ଭିତରକୁ ପ୍ରବେଶ ନେଇ ଗତକାଲି ପୁଲିସ୍‌ ଓ ସେବାୟତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ଜଣେ ସେବାୟତ ଆହତ ହୋଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ନାଁ ଭବାନୀ ଶଙ୍କର ମହାପାତ୍ର।

ଏନେଇ ଭବାନୀ ନେଇ ପୁରୀ ଜିଲ୍ଲାପାଳ, ଏସ୍‌ପି ଓ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁସାରେ, ପୁରୀ ସିଂହଦ୍ୱାର ନିକଟରେ ଭବାନୀଙ୍କୁ ଜଣେ ପୁଲିସ୍ କର୍ମଚାରୀ ଦୁର୍ବ୍ୟହାର କରିଥିଲେ। ଦୁଇ ଜଣ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବାକୁ ନେଇ ଭବାନୀ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହା ସହ କିଛି ପୁଲିସ୍ କର୍ମଚାରୀ ମିଶି ତାଙ୍କୁ ଆକ୍ରମଣ କରିଥିବା ଭାବନୀ କହିଛନ୍ତି।

ତେବେ ସେବାୟତ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ପୁଲିସ କର୍ମଚାରୀ ଅସ୍ୱୀକାର କରିଛନ୍ତି। ସିସିଟିଭି ଫୁଟେଜ ଦେଖି ଘଟଣାର ତଦନ୍ତ କରାଯିବ ବୋଲି ସିଂହଦ୍ୱାର ଥାନା ଆଇଆଇସି କହିଥିଲେ।

କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ସତ୍ତ୍ୱେ ସେବାୟତ ଜିଦ୍‌ରେ ଅଟଳ ଅଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।



from Odisha Reporter http://bit.ly/2ETYJaH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages