ଅନୀଲ କୁମ୍ବଲେ କୋଚ ପଦରୁ ବିଦା ହେବା ପଛରେ ବିରାଟ କୋହଲି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଅନୀଲ କୁମ୍ବଲେ କୋଚ ପଦରୁ ବିଦା ହେବା ପଛରେ ବିରାଟ କୋହଲି!

ନୂଆଦିଲ୍ଲୀ: ଭେଟରାନ କ୍ରିକେଟର ଅନୀଲ କୁମ୍ବଲେ ଟିମ୍‌ ଇଣ୍ଡିଆ କୋଚ ପଦରୁ ଗତବର୍ଷ ବିବାଦୀୟ ଢଙ୍ଗରେ ବିଦା ହେବା ଘଟଣାରେ ନୂଆ ଟୁଇଷ୍ଟ ଆସିଛି। ଅନୀଲ କୁମ୍ବଲେଙ୍କୁ ଟିମ୍‌ ଇଣ୍ଡିଆର କୋଚ ପଦରୁ ବିଦା କରିବା ପାଇଁ ଅଧିନାୟକ ବିରାଟ କୋହଲି ବାରମ୍ବାର ବିସିସିଆଇ ଉପରେ ଚାପ ସୃଷ୍ଟି କରୁଥିଲେ ବୋଲି ସାମ୍ନାକୁ ଆସିଥିବା ଏକ ଇ-ମେଲ୍‌ରୁ ଜଣାପଡ଼ିଛି।

୨୦୧୭ ଜୁନ୍‌ ମାସରେ କୁମ୍ବଲେ ଟିମ୍‌ ଇଣ୍ଡିଆ କୋଚ ପଦରୁ ଇସ୍ତଫା ଦେଇଥିଲେ। ଏହାପୂର୍ବରୁ ବିରାଟ୍‌ଙ୍କ ସହ ତାଙ୍କ ସମ୍ପର୍କ ଭଲ ନଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହାକୁ ବିସିସିଆଇ ଖଣ୍ଡନ କରିଥିଲା। ହେଲେ ସିଓଏ ସଦସ୍ୟ ଡାଏନା ଏଡୁଲଜି ନିକଟରେ ନିକଟରେ ବିସିସିଆଇ ଆଡମିନିଷ୍ଟ୍ରେଟର ବିନୋଦ ରାୟଙ୍କୁ ପଠାଇଥିବା ଏକ ଇ-ମେଲ ଏବେ ଗଣମାଧ୍ୟମ ପାଖରେ ପହଞ୍ଚିଛି।

ଏଥିରେ ବିରାଟ୍‌ ବିସିସିଆଇ ସିଇଓଙ୍କୁ ବାରମ୍ବାର ଏସ୍‌ଏମ୍‌ଏସ୍‌ କରି କୁମ୍ବଲେଙ୍କ ବିରୋଧରେ କହୁଥିଲେ ଓ କୁମ୍ବଲେଙ୍କୁ କୋଚ ପଦରୁ ବିଦା କରିବାକୁ କହୁଥିଲେ ବୋଲି ଉଲ୍ଲେଖ କରିଛନ୍ତି।

ଇଡୁଲୁଜି ଆହୁରି ଲେଖିଛନ୍ତି, “ ଶ୍ରୀ କୁମ୍ବଲେ ଜଣେ ଲିଜେଣ୍ଡ ଥିଲେ। କିନ୍ତୁ ତାଙ୍କ ଛବିକୁ କଳା କରାଯାଇ ଭିଲେନ ଭାବେ ପ୍ରଦର୍ଶିତ କରାଯାଇଛି। ସେ କିନ୍ତୁ ଏଥିରେ ବିଚଳିତ ହୋଇନାହାନ୍ତି। ଖାସ୍‌ ସେଥିପାଇଁ ମୁଁ ତାଙ୍କୁ ସମ୍ମାନ ଜଣାଏ। ତାଙ୍କ କ୍ଷେତ୍ରରେ ନିୟମ ଉଲ୍ଲଙ୍ଘନ କରାଯାଇଛି ଏବଂ ପୂର୍ବରୁ ମଧ୍ୟ ମୁଁ ଏକଥା ଉଠାଇଛି। କୁମ୍ବଲେଙ୍କୁ ମୁଁ ସମର୍ଥନ ମଧ୍ୟ କରିଥିଲି।”

କେବଳ କୁମ୍ବଲେଙ୍କ କଥା ନୁହେଁ, ମହିଳା କ୍ରିକେଟ ଟିମ୍‌ରେ କୋଚ ରମେଶ ପାୱାରଙ୍କୁ ନେଇ ଜାରି ରହିଥିବା ବିବାଦ ସମ୍ପର୍କରେ ମଧ୍ୟ ଏଡୁଲଜି ସ୍ୱତନ୍ତ୍ର ଇ-ମେଲ୍‌ ଜରିଆରେ ବିସିସିଆଇକୁ ଜଣାଇଛନ୍ତି। ସେ କହିଛନ୍ତି, ଯଦି ବିରାଟଙ୍କ ପସନ୍ଦ ଅନୁଯାୟୀ ରବି ଶାସ୍ତ୍ରୀ ଟିମର କୋଚ ହୋଇପାରିଲେ, ତାହେଲେ ମହିଳା ଟିମର ଅଧିନାୟକ ପସନ୍ଦ କରୁଥିବା ରମେଶ ପାୱାର କୋଚ ଭାବେ କାହିଁକି ରହିବେ ନାହିଁ?



from Odisha Reporter https://ift.tt/2UCnVqR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages