ରିଜର୍ଭ୍ ବ୍ୟାଙ୍କ୍‌ର ପ୍ରଥମ ଓଡ଼ିଆ ଗଭର୍ଣ୍ଣର୍‌ଙ୍କ ସମ୍ପର୍କରେ ଜାଣନ୍ତୁ ୫ଟି ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ରିଜର୍ଭ୍ ବ୍ୟାଙ୍କ୍‌ର ପ୍ରଥମ ଓଡ଼ିଆ ଗଭର୍ଣ୍ଣର୍‌ଙ୍କ ସମ୍ପର୍କରେ ଜାଣନ୍ତୁ ୫ଟି ତଥ୍ୟ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥନୀତି ବ୍ୟାପାର ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର୍‌ ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଇଛନ୍ତି। ଜଣେ ଓଡ଼ିଆ ଭାବେ ପ୍ରଥମ ଥର ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ହୋଇଥିବା ୬୩ ବର୍ଷୀୟ ଶକ୍ତିକାନ୍ତଙ୍କ କ୍ୟାରିୟର୍‌ ସମ୍ପର୍କରେ ଆସନ୍ତୁ ଜାଣିବା ୫ଟି ଉଲ୍ଲେଖନୀୟ ତଥ୍ୟ।    ୧. ୧୯୮୦ ବ୍ୟାଚ୍‌ ତାମିଲ୍‌ନାଡ଼ୁ କ୍ୟାଡର୍‌ର ଏହି ଆଇଏଏସ୍‌ ଅଫିସର୍‌ ୨୦୧୭ରେ ଦେଶର ଅର୍ଥନୀତି ବ୍ୟାପାର ସଚିବ ଭାବେ ଅବସର ନେଇଥିଲେ। ସେ ଏହି ପଦରେ ୩ ବର୍ଷ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ତାମିଲ୍‌ନାଡ଼ୁର ଡିଣ୍ଡିଗଲ୍‌ ଏବଂ କାଂଚିପୁରମ୍‌ ଜିଲ୍ଲାର ଜିଲ୍ଲାପାଳ ଭାବେ କାମ କରିଥିବା ଶକ୍ତିକାନ୍ତ ପରେ ସେଠାକାର ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ରାଜସ୍ୱ ବିଭାଗର ସ୍ୱତନ୍ତ୍ର କମିଶନର୍‌ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। .

୨. ଦେଶର ଜଣେ ଅଭିଜ୍ଞ ବ୍ୟୁରୋକ୍ରାଟ୍‌ ଭାବେ ଜଣାଶୁଣା ଶକ୍ତିକାନ୍ତ କେନ୍ଦ୍ରରେ ଉଭୟ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ନେତୃତ୍ୱାଧୀନ ସରକାରର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ କେନ୍ଦ୍ରରେ ରେଭିନ୍ୟୁ ଏବଂ ଫର୍ଟିଲାଇଜର୍‌ ସେକ୍ରେଟାରୀ ଭାବେ ମଧ୍ୟ ନିଜ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ।

୩. ପଞ୍ଚଦଶ ଅର୍ଥ କମିଶନ୍‌ରେ ସଦସ୍ୟ ଭାବେ କାମ କରୁଥିବାବେଳେ ଶକ୍ତିକାନ୍ତ ଦାସ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହମତିଭିତ୍ତିକ ସମ୍ପର୍କ ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଜିଏସ୍‌ଟି ଭଳୁ ଭଳି ଦେଶରେ ଏକକ ଟିକସର ପ୍ରଚଳନରେ ତାଙ୍କର ଉଲ୍ଲେଖନୀୟ ଭୂମିକା ମଧ୍ୟ ରହିଛି। ୪. ଜି-୨୦ ଶିଖର ସମ୍ମିଳନୀରେ ଭାରତର ମାର୍ଗଦର୍ଶକ ଭାବେ ବିଶ୍ୱର ପ୍ରମୁଖ ଶକ୍ତିମାନଙ୍କ ସହ କୁଶଳ ରଣନୀତି ସଂପନ୍ନ ସମ୍ପର୍କ ସ୍ଥାପନ ଏବଂ ସେଥିରେ ଭାରତର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଅନ୍ୟ ରାଷ୍ଟ୍ରମାନଙ୍କ ସହ ସନ୍ତୁଳନ ସମ୍ପର୍କ ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସେଠାରେ ମୁଖ୍ୟତଃ ମୁଖ୍ୟତଃ ଭାରତ ଏବଂ ଅନ୍ୟ ଦେଶ ମଧ୍ୟରେ ଶିଖର ବୈଠକ ଓ ସମ୍ମିଳନୀ ଆୟୋଜନ ପାଇଁ ଆବଶ୍ୟକ ତୃଣମୂଳ ସ୍ତରର କାମ ଓ ରଣନୀତି ପ୍ରସ୍ତୁତ କରୁଥିଲେ।

୫. ପ୍ରଥମେ ରାଜସ୍ୱ ବିଭାଗର ନେତୃତ୍ୱ ନେବା ପାଇଁ ଅର୍ଥ ମନ୍ତ୍ରାଳୟକୁ ଆସିଥିବା ଶକ୍ତିକାନ୍ତ ପରବର୍ତ୍ତୀ ଅବସ୍ଥାରେ ଅର୍ଥନୀତି ବ୍ୟାପାରକୁ ସ୍ଥାନାନ୍ତରିତ ହୋଇଥିଲେ। ଏହି ଅର୍ଥନୀତି ବ୍ୟାପାରରେ କାର୍ଯ୍ୟ କରୁଥିବାବେଳେ ସେ ୨୦୧୬ ବିମୁଦ୍ରାକରଣ ଅଭିଯାନରେ ସକ୍ରିୟ ସହୟତା କରିଥିଲେ।



from Odisha Reporter https://ift.tt/2PB2i6q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages