ସିଂହ ରାଶିର ବ୍ୟକ୍ତି ନିଜ ପର୍ସରେ ଶ୍ରୀକୃଷ୍ଣଙ୍କ ଫଟୋ ରଖିବା ଶୁଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ସିଂହ ରାଶିର ବ୍ୟକ୍ତି ନିଜ ପର୍ସରେ ଶ୍ରୀକୃଷ୍ଣଙ୍କ ଫଟୋ ରଖିବା ଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଧିକାଂଶ ଲୋକ ନିଜ ପର୍ସରେ କିଛି ଫଟୋ ରଖିବାକୁ ପସନ୍ଦ କରିଥା’ନ୍ତି। କିଛି ଲୋକ ନିଜ ବାପା,ମା’ଙ୍କ ଫଟୋ, ଦେବ ଦେବୀ କିମ୍ୱା ପ୍ରାକୃତିକ ସୌନ୍ଦର୍ଯ୍ୟର ଫଟୋ ପର୍ସରେ ରଖନ୍ତି। ଆଉ କିଛି ଲୋକ ସେମାନଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ଫଟୋ ରଖିବାକୁ ମଧ୍ୟ ଭଲ ପାଆନ୍ତି।

ତେବେ ଆପଣ ଜାଣିଛନ୍ତି କି, ନିଜ ରାଶି ଉପଯୋଗୀ ଫଟୋ ପର୍ସରେ ରଖିଲେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଥିରୁ ଆପଣଙ୍କୁ ଶୁଭ ଫଳ ମିଳିଥାଏ।

ଏବେ ଆସନ୍ତୁ ଜାଣିବା. କେଉଁ ରାଶି ପାଇଁ କାହା ଫଟୋ ରଖିବାକୁ ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି।

ମେଷ : ଏହି ରାଶିର ବ୍ୟକ୍ତି ନିଜ ପର୍ସରେ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଫଟୋ ରଖନ୍ତୁ।

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୃଷ ରାଶିର ବ୍ୟକ୍ତି ନିଜ ପର୍ସରେ ଭଗବାନ ଶିବଙ୍କ ଫଟୋ ରଖିବା ଉଚିତ୍‌।

ମିଥୁନ: ଏହି ରାଶିର ବ୍ୟକ୍ତି ପର୍ସରେ ନିଜ ବାପା ମା’ଙ୍କ ଫଟୋ ରଖିଲେ, ଶୁଭ ଫଳ ମିଳିଥାଏ।

କର୍କଟ: ଏହି ରାଶିର ବ୍ୟକ୍ତି ପର୍ସରେ ଫୁଲର ଫଟୋ ରଖିଲେ ଶୁଭଦାୟକ ହୋଇଥାଏ।

ସିଂହ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶିର ବ୍ୟକ୍ତି ପର୍ସରେ ଭଗବାନ ଶ୍ରୀକୃଷ୍ଣଙ୍କର ଫଟୋ ରଖିବା ଭଲ।

କନ୍ୟା: ଏମାନେ ନିଜ ପର୍ସରେ ପାଣିର ଫଟୋ ରଖିବା ଦ୍ୱାରା ଶୁଭ ଫଳ ମିଳିଥାଏ।

ତୁଳା: ଏହି ରାଶିର ବ୍ୟକ୍ତି ପର୍ସରେ ରାଧାକୃଷ୍ଣଙ୍କ ଫଟୋ ରଖନ୍ତୁ।

ବିଛା: ଏହି ରାଶିର ବ୍ୟକ୍ତି ପର୍ସରେ ଭଗବାନ ଶିବଙ୍କ ପରିବାରର ଫଟୋ ରଖିବା ଶୁଭଦାୟକ।

ଧନୁ: ଏହି ରାଶିର ବ୍ୟକ୍ତି ପର୍ସରେ ମା’ ଲକ୍ଷ୍ମୀଙ୍କ ଫଟୋ ରଖନ୍ତୁ।

ମକର: ଜ୍ୟୋତିଷ ଶାସ୍ତ୍ରର ପରାମର୍ଶ ଅନୁସାରେ, ମକର ରାଶିର ବ୍ୟକ୍ତି ପର୍ସରେ ନିଜ ପତି କିମ୍ବା ପତ୍ନୀଙ୍କ ସହ ଯୁଗଳ ଫଟୋ ରଖିବା ଶୁଭଦାୟକ।

କୁମ୍ଭ: ଏହି ରାଶିର ବ୍ୟକ୍ତି ପର୍ସରେ ନିଜ ଗୁରୁଙ୍କ ଫଟୋ ରଖନ୍ତୁ।

ମୀନ: ଏହି ରାଶିର ବ୍ୟକ୍ତି ପର୍ସରେ ଚନ୍ଦ୍ରଙ୍କ ଫଟୋ ରଖିଲେ ଶୁଭ ହୋଇଥାଏ।



from Odisha Reporter https://ift.tt/2E7MF4D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages