ପ୍ରଥମ ଟେଷ୍ଟ୍: ୪ ବ୍ୟାଟ୍ସମ୍ୟାନ୍ ୨୯ ରନ୍ କରି ଆଉଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ପ୍ରଥମ ଟେଷ୍ଟ୍: ୪ ବ୍ୟାଟ୍ସମ୍ୟାନ୍ ୨୯ ରନ୍ କରି ଆଉଟ୍

ind

ଏଡିଲେଡ୍: ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ୍‌ ସିରିଜ୍ ଆରମ୍ଭ ହୋଇଛି। ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଏଡିଲେଡ୍‌ରେ ଖେଳା ଯାଉଛି। ତେବେ ପ୍ରଥମ ଟେଷ୍ଟର ପ୍ରାରମ୍ଭରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଦଳର ୪ ଜଣେ ବ୍ୟାଟ୍ସମ୍ୟାନ୍ ମାତ୍ର ୨୯ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି ବି ଅଛନ୍ତି।

ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ଦଳକୁ ଦ୍ୱିତୀୟ ଓଭରରେ ପ୍ରଥମ ଝଟକା ଲାଗିଥିଲା। କେ.ଏଲ୍ ରାହୁଲ ଆଉଟ୍ ହୋଇଯାଇଥିଲେ। ଜୋଶ୍ ହାଜେଲ୍‌ଉଡ୍‌ଙ୍କ ଏକ ବଲ୍‌ରେ ସେ ଆରୋନ୍ ଫିଞ୍ଚଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୨ ରନ୍ କରି ଆଉଟ୍ ହୋଇଥିଲେ।

ସପ୍ତମ ଓଭରରେ ଆଉଟ୍ ହୋଇଥିଲେ ମୁରଲୀ ବିଜୟ। ସେ ୧୧ ରନ୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ। ମିଚେଲ୍ ଷ୍ଟାର୍କଙ୍କ ବଲ୍‌ରେ ସେ ୱିକେଟ୍ କିପର ତଥା ଅଧିନାୟକ ଟିମ୍ ପାଇନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅଧିନାୟକ ବିରାଟ କୋହଲି ମାତ୍ର ୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ଜୋଶ୍ ହାଜେଲ୍‌ଉଡ୍‌ଙ୍କ ବଲ୍‌ରେ ପିଟର ହ୍ୟାଣ୍ଡସ୍କମ୍ବ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଲଞ୍ଚ୍ ସୁଦ୍ଧା ଭାରତ ୨୭ ଓଭରରେ ୪ ୱିକେଟ୍ ହରାଇ ୫୬ ରନ୍ କରିଛି। ଚେତେଶ୍ୱର ପୂଜାରା ଓ ରୋହିତ ଶର୍ମା କ୍ରିଜ୍‌ରେ ଅଛନ୍ତି।



from Odisha Reporter https://ift.tt/2roXN5o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages