କଳାପାହାଡ଼ମାନେ କାଳିଆ ନାଁରେ ସୁଆଙ୍ଗ କରୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

କଳାପାହାଡ଼ମାନେ କାଳିଆ ନାଁରେ ସୁଆଙ୍ଗ କରୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

dharmendrapradhan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାପାହାଡ଼ମାନେ ଓଡିଶାରେ କଳାକନା ବୁଲାଇବା ପରେ କାଳିଆ ନାଁରେ ସୁଆଙ୍ଗ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ମୁଖ୍ୟମନ୍ତ୍ରୀ ମନରୁ କହିବା ଅବସ୍ଥାରେ ନାହାନ୍ତି। କଳାପାହାଡ଼ମାନେ ଯାହା କୁହନ୍ତି ସେ ତାହାକୁ ଶୁଆ ପରି ଘୋଷନ୍ତି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି, ମୁଖ୍ୟମନ୍ତ୍ରୀ ସୋହେଲା ସମାବେଶରେ ୧୦୦ ଟଙ୍କାର ବୋନସ ଦେବେ ବୋଲି ଘୋଷଣା କରିଥିବା ବେଳେ ଏ ବୋନସ କୁଆଡେ ଗଲା? ଗତବର୍ଷ ଧାନ କ୍ୱିଣ୍ଟାଲ ୧୫୫୦ ଟଙ୍କା ଥିବା ବେଳେ କେନ୍ଦ୍ର ସରକାର ଏହାକୁ ବୃଦ୍ଧି କରି ୧୭୫୦ କରିଥିଲେ। ହେଲେ ରାଜ୍ୟରେ ଚାଷୀମାନେ ଏଯାଏ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଲେ ନାହିଁ। ମିଲରମାନଙ୍କ ସ୍ୱାର୍ଥକୁ ଦେଖି ନିଜ ଦଳର ସ୍ୱାର୍ଥ ଓ ନିର୍ବାଚନ ପାଇଁ ଦଳୀୟ ପାଣ୍ଠି ଆଣିବା ପାଇଁ ଶାସକ ଦଳ ଓ ମିଲରମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆଜି ଯାଏ ମଣ୍ଡି କାମ କଲା ନାହିଁ। ଓଡ଼ିଶାର ଧାନ ଆନ୍ଧ୍ର, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଯାଉଛି। ଓଡିଶାରେ ଜଳସେଚନର ସୁବିଧା ନାହିଁ। ଶୀତଳଭଣ୍ଡାର ନାମକୁ ମାତ୍ର। ରାଜ୍ୟରେ ଏପରି ସ୍ଥିତି ଥିବା ବେଳେ ସରକାର କେବଳ କାଳିଆ ଯୋଜନା ନାଁରେ ସୁଆଙ୍ଗ କରୁଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ କେତେ ପ୍ରକାର ଧାନ ଅଛି, ମୁଗ ଓ ବିରି ମଧ୍ୟରେ ପାର୍ଥକ୍ୟ କଣ, ଫୁଲକୋବି, ବନ୍ଧାକୋବି ଏବଂ ଆଳୁ ଓ ଖମ୍ବଆଳୁ ମଧ୍ୟରେ ଫରକ କଣ କହି ପାରିବେ ନାହିଁ। ଯିଏ ଚାଷ ସମ୍ପର୍କରେ ଜାଣନ୍ତି ନାହିଁ ତାଙ୍କୁ କଣ କହିବା ବୋଲି କଟାକ୍ଷ ।

ଶ୍ରୀ ପ୍ରଧାନ କହିଛନ୍ତି ମିଲର ମାନଙ୍କ ସ୍ୱାର୍ଥକୁ ଏ ସରକାର ଦେଖୁଛନ୍ତି। ଚାଷୀ ବୃନ୍ଦା ସାହୁର କଥା ଏମାନଙ୍କର ମନେ ପଡ଼ିଲା ନାହିଁ। ଏବେ ବୁଢ଼ାବାଘ କଙ୍କଣ ଧରି ଶେଷ ଶିକାର ପାଇଁ ବସିଛନ୍ତି । ଆଜି ଓଡ଼ିଶାବାସୀ ଜବାବ ମାଗୁଛନ୍ତି। ରାଜ୍ୟରେ ଯେଉଁ ମିଛ ନାଟକ ଚାଲିଥିଲା ତାହର ଶେଷ ଦୃଶ୍ୟର ସମୟ ଆସିଛି ବୋଲି ସେ କହିଛନ୍ତି।



from Odisha Reporter http://bit.ly/2GDGJ6h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages