ଆଗକୁ ପ୍ରଧାନମନ୍ତ୍ରୀଙ୍କ ଆହୁରି ଗସ୍ତ ହେବ: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଆଗକୁ ପ୍ରଧାନମନ୍ତ୍ରୀଙ୍କ ଆହୁରି ଗସ୍ତ ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର); ୨୦୦ ବର୍ଷ ତଳେ ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼ ତଳେ ଓଡ଼ିଆ ଜାତି ତା’ର ହକ୍ ପାଇଁ ଲଢ଼େଇ କରିଥିଲା। ଏକବିଂଶ ଶତାବ୍ଦୀର ପ୍ରାରମ୍ଭିକ ସମୟରେ ଏହି ସଂକଳ୍ପ ଓଡ଼ିଶାବାସୀ ନେଇଛନ୍ତି। ଓଡ଼ିଶାରେ ବିଜେପି ସରକାର ହେବ। ସେ ସଂକଳ୍ପ ନେଇ ଓଡ଼ିଶାର ଆଶୀର୍ବାଦ ପାଇବା ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି ଜାନୁଆରୀ ୫ ତାରିଖରେ ବାରିପଦା ଓ ୧୬ ତାରିଖରେ ପଶ୍ଚିମଓଡିଶା ଗସ୍ତରେ ପୁଣି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସିବେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସାରା ଓଡ଼ିଶାବାସୀ ଅପେକ୍ଷା କରି ରହିଛନ୍ତି। ୨୦୧୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟନ୍ତ ପୂର୍ବ ଭାରତର ବିକାଶ ହୋଇନି ସେ ଯାଏଁ ଦେଶର ବିକାଶ ହୋଇଛି କହିବା ଭୁଲ୍ ହେବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ତାଙ୍କର ଗସ୍ତ ସମୟରେ ପାଖାପାଖି ୧୫ ହଜାର କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ। ଏହାସହ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ଭୋଧିତ କରିବେ ।

dharmendraକେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଏବେ ତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆରମ୍ଭ ହେଲା। ଆଗକୁ ପ୍ରଧାନମନ୍ତ୍ରୀଙ୍କ ଆହୁରି ଗସ୍ତ ହେବ। ଆସନ୍ତା ମାସରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ରାଜନାଥ ସିଂହ, ନୀତୀନ ଗଡକରୀ, ଯୋଗୀ ଆଦିତ୍ୟନାଥଙ୍କ ପରି ବହୁ ଶୀର୍ଷ ନେତୃତ୍ୱ ଓଡ଼ିଶାକୁ ଆସିବେ। ଓଡ଼ିଶାରେ ଯେଉଁ ପରିବର୍ତ୍ତନର ସ୍ରୋତ ଆରମ୍ଭ ହୋଇଛି ତାହାକୁ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଯିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ଏବେ ବଡ଼  ପରିବର୍ତ୍ତନ ଆଡ଼େ ମନ ବଳାଇଛି ବୋଲି କହିଥିଲେ। ଓଡିଶାରେ ବିଜେପି ସରକାର ହେଉ ଏହା ସଂକଳ୍ପନା। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶାବାସୀ କଂଗ୍ରେସକୁ ବହୁବାର ସୁଯୋଗ ଦେଇଛନ୍ତି। ବିଗତ ୧୯ ବର୍ଷ ଧରି ଆଞ୍ଚଳିକ ଦଳ ଭାବେ ବିଜେଡିକୁ ସୁଯୋଗ ଦେଇଛନ୍ତି। ଏହା ସତ୍ତ୍ୱେ ଆଜି ରାଜ୍ୟରେ ଅନେକ ସମସ୍ୟା ରହିଛି। ଯୁବକ ମାନେ ରୋଜଗାର ପାଇଁ ବାହାରକୁ ଯାଉଛନ୍ତି। ମା’ ଭଉଣୀମାନେ ସୁରକ୍ଷିତ ନାହାନ୍ତି, ସେମାନଙ୍କ ପାଇଁ ରୋଜଗାରର ସୁବିଧା ନାହିଁ। ରାଜ୍ୟରେ ଚାଷୀ ଭାଇମାନଙ୍କ ଅବସ୍ଥା ଖରାପ, ଜଳସେଚନ ନାହିଁ, ସ୍ୱାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଛି। ଏହାର ବିକଳ୍ପ ବ୍ୟବସ୍ଥା ସୃଷ୍ଟି ପାଇଁ ରାଜ୍ୟରେ ବିଜେପି ସରକାର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter http://bit.ly/2PY3qkW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages