ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଏମିତି କଥା କହିଲେ ମୋଦି ଓ ଜେଟଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଏମିତି କଥା କହିଲେ ମୋଦି ଓ ଜେଟଲୀ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ଆଜି ନିଜ ପଦରୁ ଇସ୍ତଫା ଦେଇ ସାରା ଦେଶକୁ ଚମକାଇ ଦେଇଛନ୍ତି। ଏହି ଇସ୍ତଫା ପରେ ଆର୍‌ବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯେ ସବୁ କିଛି ଠିକ୍‌ ଠାକ ଚାଲିନାହିଁ, ତାହା ସ୍ପଷ୍ଟ ହୋଇଛି। ତେବେ ଉର୍ଜିତଙ୍କ ଇସ୍ତଫା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି। ମୋଦି ଟ୍ୱିଟ୍‌ କରି କହିଛନ୍ତି, “ ଡ.ଉର୍ଜିତ ପଟେଲ ଜଣେ ଉଚ୍ଚକୋଟୀର ଅର୍ଥନୀତିଜ୍ଞ। ସେ ଜଣେ ପ୍ରଫେସନାଲ୍‌ ବ୍ୟକ୍ତିବିଶେଷ। ସେ ରିଜର୍ଭ ବ୍ୟାଙ୍କରେ ଦୀର୍ଘ ୬ ବର୍ଷ କାଳ ଡେପୁଟି ଗଭର୍ଣ୍ଣର ଏବଂ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଛନ୍ତି। ସେ ଏକ ବିରାଟ ଲିଗାସି ପଛରେ ଛାଡ଼ିଛନ୍ତି। ଆମେ ତାଙ୍କୁ ସବୁଦିନ ପାଇଁ ମିସ୍‌ କରିବୁ।”

ଉର୍ଜିତ ପଟେଲଙ୍କ ଇସ୍ତଫା ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ ଉର୍ଜିତ ପଟେଲଙ୍କ କାର୍ଯ୍ୟ ଦକ୍ଷତା ବେଶ ପ୍ରଶଂସନୀୟ। ସେ ଉଭୟ ଡେପୁଟି ଗଭର୍ଣ୍ଣର ଏବଂ ଗଭର୍ଣ୍ଣର ଭାବେ ନିଜ ଦକ୍ଷତା ଅନୁସାରେ ଦେଶ ପାଇଁ ଅନେକ କିଛି କରିଛନ୍ତି। ତାଙ୍କ ସହ କାର୍ଯ୍ୟ କରିବା ବେଶ ଆନନ୍ଦଦାୟକ ଥିଲା। ଆଗକୁ ଡ. ପଟେଲ ଭଲ କାର୍ଯ୍ୟ କରନ୍ତୁ।”

ଅନ୍ୟପକ୍ଷରେ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି, “ଉର୍ଜିତଙ୍କ ଇସ୍ତଫା ସମସ୍ତ ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସମସ୍ତେ ଏହାକୁ ବିଚାର କରିବା ଦରକାର।” ବିରୋଧୀ ଦଳଗୁଡ଼ିକ ମଧ୍ୟ ଉର୍ଜିତ ପଟେଲଙ୍କ ଇସ୍ତଫାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।



from Odisha Reporter https://ift.tt/2C3c4L9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages