ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ଚୟନ ପାଇଁ ୭ଜଣିଆ ସର୍ଚ୍ଚ କମିଟି ଗଠିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ଚୟନ ପାଇଁ ୭ଜଣିଆ ସର୍ଚ୍ଚ କମିଟି ଗଠିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଚୂଡ଼ାନ୍ତ ପାଇଁ ୭ଜଣିଆ ସର୍ଚ୍ଚ କମିଟି ଗଠନ ହୋଇଛି। ଆଜି ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଲେକ୍ସନ୍ କମିଟିର ଏହି ବୈଠକରେ ୭ଜଣିଆ ସର୍ଚ୍ଚ କମିଟି ସଦସ୍ୟଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ବାଜିଛି।

ଜଷ୍ଟିସ ଅମିତାଭ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାୟୁକ୍ତ ସର୍ଚ୍ଚ କମିଟିରେ ପ୍ରଫେସର ଭେଙ୍କଟରାଓ ରାମଭଟ୍ଟ(ଏନଏଲୟୁ ବାଙ୍ଗାଲୋର), ସଞ୍ଜିବ ହୋତା(ଅବସରପ୍ରାପ୍ତ ଆଇଏଏସ), ଡଃ ରବିନାରାୟଣ ବହିଦାର (ପୂର୍ବତନ ଆଇଏଏସ), ଗୋପାଳ ନନ୍ଦ (ପୂର୍ବତନ ଡିଜିପି), ଡଃ ବିଦୁଭୂଷଣ ସାମଲ, ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ(ଏକ୍ସଆଇଏମବି) ସଦସ୍ୟ ଅଛନ୍ତି।ଏହି ସର୍ଚ୍ଚ କମିଟି ଆସନ୍ତା ମାସକ ମଧ୍ୟରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ସୁପାରିସ କରିବେ। ସିଲେକ୍ସନ କମିଟି ମାସକ ପରେ ବୈଠକ କରି ସର୍ଚ୍ଚ କମିଟି ଦେଇଥିବା ସୁପାରିସ ଉପରେ ଲୋକାୟୁକ୍ତ ନିଯୁକ୍ତିକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଆଜିର ସିଲେକ୍ସନ୍ କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେଏସ୍ ଜାଭେରୀ, ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ,ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ରାଜ୍ୟ ସରକାର ଜୁଲାଇ ୯ ତାରିଖରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ଗଠନ ନିମନ୍ତେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ।



from Odisha Reporter https://ift.tt/2SDlNgF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages