ହକି ବିଶ୍ୱକପ୍‌: କ୍ରସଓଭର ମ୍ୟାଚ୍‌ ଜିତି କ୍ୱାର୍ଟରରେ ଇଂଲଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ହକି ବିଶ୍ୱକପ୍‌: କ୍ରସଓଭର ମ୍ୟାଚ୍‌ ଜିତି କ୍ୱାର୍ଟରରେ ଇଂଲଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୦୧୮ ପୁରୁଷ ହକି ବିଶ୍ୱକପ୍‌ର ପ୍ରଥମ କ୍ରସଓଭର ମ୍ୟାଚ୍‌ରେ ଇଂଲଣ୍ଡ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜଯ ବଳରେ ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲ୍‌ରେ ଦଳ ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନାକୁ ଭେଟିବ। ବୁଧବାର ଏହି ମ୍ୟାଚ୍‌ଟି ଖେଳାଯିବ।

ଆଜି ମ୍ୟାଚ୍‌ ଆରମ୍ଭରୁ ଇଂଲଣ୍ଡ ଜବରଦସ୍ତ ପ୍ରଦର୍ଶନ କରିଥିଲା। କ୍ୱାର୍ଟର ଫାଇନାଲ୍‌ ଖେଳିବାକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ ଥିବାରୁ ନ୍ୟୁଜିଲ୍ୟାଣ୍ଡ ଚିତ୍ତାକର୍ଷକ ଖେଳ ଦେଖାଇଥିଲା। ତେବେ ଇଂଲଣ୍ଡକୁ ୨୫ତମ ମିନିଟ୍‌ରେ ଇଂଲଣ୍ଡକୁ ଗୋଲ କରିବାର ସୁଯୋଗ ମିଳିଥିଲା। ଦଳ ପକ୍ଷରୁ ୱିଲ କାଲନାନ୍‌ ଏକ ଚମତ୍କାର ପାସ୍‌କୁ ଗୋଲରେ ପରିଣତ କରି ଇଂଲଣ୍ଡକୁ ୧-୦ରେ ଆଗୁଆ କରିଦେଇଥିଲେ। ଏହାପରେ ନ୍ୟୁଜିଲ୍ୟାଣ୍ଡ ଗୋଲ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ହେଁ ଇଂଲଣ୍ଡ ସବୁ ଉଦ୍ୟମରେ ପାଣି ପକାଇ ଦେଇଥିଲା।

ହାଫ୍‌ ଟାଇମ୍‌ ପର୍ଯ୍ୟନ୍ତ ଇଂଲଣ୍ଡ ୧-୦ରେ ଆଗରେ ରହିଥିଲା। ତୃତୀୟ କ୍ୱାର୍ଟରଟି ମଧ୍ୟ ଗୋଲଶୂନ୍ୟ ରହି ଶେଷ ହେବାକୁ ଯାଉଥିଲା। କିନ୍ତୁ ଇଂଲଣ୍ଡକୁ ମ୍ୟାଚ୍‌ର ୪୪ତମ ମିନିଟ୍‌ରେ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଲୁକ୍‌ ଟେଲର ଗୋଲରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଦେଇଥିଲେ। ଶେଷ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ଘନଘନ ଆକ୍ରମଣ କରିଥିଲେ ହେଁ ଗୋଲ ସ୍କୋର କରିପାରି ନଥିଲା। ଶେଷରେ ଇଂଲଣ୍ଡ ୨-୦ରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା।



from Odisha Reporter https://ift.tt/2RLIwHi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages