ଶ୍ରୀକାନ୍ତ-ନିରଞ୍ଜନଙ୍କ କଳିରେ ତାରାଙ୍କ ଏଣ୍ଟ୍ରିକୁ ନେଇ ଟ୍ୱିଇଷ୍ଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଶ୍ରୀକାନ୍ତ-ନିରଞ୍ଜନଙ୍କ କଳିରେ ତାରାଙ୍କ ଏଣ୍ଟ୍ରିକୁ ନେଇ ଟ୍ୱିଇଷ୍ଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ତୁଟୁନି କଂଗ୍ରେସ୍ ବିବାଦ। ଶ୍ରୀକାନ୍ତ-ନିରଞ୍ଜନଙ୍କ କଳି ମଧ୍ୟରେ ଧୀରେ ଧୀରେ ଗୋଡ଼ ପୁରାଉଛନ୍ତି ରାଜ୍ୟ କଂଗ୍ରେସର ଅନ୍ୟ ନେତା। ତାରା ବାହିନୀପତି ଆଜି ଶୃଙ୍ଖଳାର କଥା କହି ସିଧାସଳଖ ଶ୍ରୀକାନ୍ତଙ୍କୁ ଟାର୍ଗେଟ୍ କରିଥିବାବେଳେ ପିସିସି ଶୃଙ୍ଖଳା କମିଟିର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ତାରାଙ୍କୁ ପୁରୁଣା ଦିନର କଥା ମନେ ପକେଇ ଦେଇଛନ୍ତି । ସେପଟେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ମଧ୍ୟ କଥା କଥାକେ ଶୃଙ୍ଖଳା କମିଟି ବସାଇବା କଥାକୁ ନାପସନ୍ଦ କରିଛନ୍ତି। ତାରା-କୃଷ୍ଣ କଳି ପରେ ଏବେ ଶ୍ରୀକାନ୍ତ-ନିରଞ୍ଜନ ବିବାଦ ଘନୀଭୂତ ହେବାରେ ଲାଗିଛି। ଶ୍ରୀକାନ୍ତଙ୍କୁ ଆଜି ପୁଣି ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ଅନୁସୂଚିତ ଜାତି ଓ ଜନଜାତି ମଧ୍ୟରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଉ ବୋଲି ଶ୍ରୀକାନ୍ତ କରିଥିବା ଅପିଲ୍‌କୁ ଦଳ ବିରୋଧୀ କହିବା ସହ ଦଳୀୟ ନିୟମ ନ ମାନିଲେ ପାର୍ଟିରୁ ବିଦା ହେବା ଦରକାର ବୋଲି କହିଛନ୍ତି।

ସେପଟେ ପିସିସି ଶୃଙ୍ଖଳା କମିଟି ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ତାରାଙ୍କୁ ପୁରୁଣା ଦିନର କଥା ମନେ ପକାଇ ଦେଇଛନ୍ତି । ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବାବେଳେ ତାରା ଅନେକ ଥର ଏଭଳି ବିଶୃଙ୍ଖଳା କରିଛନ୍ତି ଓ ସେ ସଂକ୍ରାନ୍ତରେ ଏଆଇସିସିକୁ ଅବଗତ କରାଯାଇଛି। ତେଣୁ ତାରା ଏଭଳି ମନ୍ତବ୍ୟ ଦେବା ହାସ୍ୟାସ୍ପଦ ବୋଲି ସନ୍ଧ୍ୟା କହିଛନ୍ତି ।ସେପଟେ ଏହି ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ଦଳର ବରିଷ୍ଠ ନେତା ତଥା ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ। କହିଛନ୍ତି କଂଗ୍ରେସ ଏକ ବିରାଟ ଦଳ । ଏଥିରେ ବିଭିନ୍ନ ସମୟରେ ଛୋଟ ବଡ଼ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ।

ଏହାର ଅର୍ଥ ନୁହେଁ ଯେ, ସବୁବେଳେ ଶୃଙ୍ଖଳା କମିଟି ବସିବ। ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଛୋଟ ଛୋଟ କଥା ବିଶୃଙ୍ଖଳା,ତେବେ ଏଆଇସିସିର ନିର୍ଦ୍ଦେଶକୁ ଅବମାନନା କରିବା ମଧ୍ୟ ବିଶୃଙ୍ଖଳା । ସେପଟେ ବରିଷ୍ଠ ନେତା ସୁରେଶ ରାଉତରାୟ ମଧ୍ୟ ଶ୍ରୀକାନ୍ତଙ୍କୁ ସାନଭାଇ ବୋଲି ସମ୍ବୋଧନ କରିବା ସହ ଦଳ ବଡ଼, ବ୍ୟକ୍ତି ନୁହେଁ ବୋଲି କହିଛନ୍ତି। ନିର୍ବାଚନ ଯେତିକି ପାଖଉଛି, କଂଗ୍ରେସ କନ୍ଦଳ ସେତିକି ବଢୁଛି । ଆଗକୁ ପୁଣି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ତା’ ପୂର୍ବରୁ କଂଗ୍ରେସ ଘରୋଇ କଳି ଥମୁଛି ନା ବଢ଼ୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।



from Odisha Reporter https://ift.tt/2QIHnTL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages