
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲିଜ୍ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସ୍ର ଅପକମିଂ ଓଡ଼ିଆ ଫିଲ୍ମ୍ ‘ଚାଲ୍ ଟିକେ ଦୁଷ୍ଟ ହେବା’ ଫିଲ୍ମର ଟାଇଟଲ୍ ଟ୍ରାକ୍। ଏହି ଡ୍ୟାନ୍ସ ନମ୍ବରକୁ ରିଲିଜ୍ ହେବାର ୨୪ଘଣ୍ଟା ମଧ୍ୟରେ ୨ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।
ଗୀତର କୋରିଓଗ୍ରାଫି କରିଛନ୍ତି ଗିରୀଶ୍ ଓ ଗାଇଛନ୍ତି ତାରିକ୍ ଅଜିଜ୍। ଗୀତରେ ସାୟଲ, ମହିମା ଏବଂ ରୋହନ୍ଙ୍କ ଦମ୍ଦାର ଡ୍ୟାନ୍ସ ଦେଖିବାକୁ ମିଳିଛି।
ଫିଲ୍ମଟି ନୂଆବର୍ଷରେ ରିଲିଜ୍ ହେବ। ଫିଲ୍ମର ମୁଖ୍ୟ ଭୂମିକାରେ ୩ଜଣ ନବାଗତ ଅଛନ୍ତି। ଅଭିନେତା ଇଶାନ୍ଙ୍କ ସହ ଦୁଇ ନାୟିକା ଶାୟଲ୍ ଏବଂ ମହିମା ଏହି ଫିଲ୍ମ ମାଧ୍ୟମରେ ଓଲିଉଡ୍ରେ ଡେବ୍ୟୁ କରିବେ।
‘ଚାଲ୍ ଟିକେ ଦୁଷ୍ଟ ହେବା’ ତରଙ୍ଗ ସିନେ ପ୍ରଡକ୍ସନ୍ସର ୧୮ତମ ଚଳଚ୍ଚିତ୍ର। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।
from Odisha Reporter http://bit.ly/2RotkTB
No comments:
Post a Comment