ଲଗାତର୍‌ ୧୫ଟି ହିଟ୍‌ ଫିଲ୍ମ ଦେଇଥିବା ‘ସୁପର୍‌ଷ୍ଟାର୍‌’ଙ୍କ କିଛି ଅଭୁଲା ଡାଏଲଗ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଲଗାତର୍‌ ୧୫ଟି ହିଟ୍‌ ଫିଲ୍ମ ଦେଇଥିବା ‘ସୁପର୍‌ଷ୍ଟାର୍‌’ଙ୍କ କିଛି ଅଭୁଲା ଡାଏଲଗ୍‌

rajeshh

‘‘ ଜିନ୍ଦେଗୀ ଅର୍‌ ମତ୍‌ ଉପର୍‌ୱାଲେ କେ ହାତ୍‌ ମେ ହୈ ଜହାଁପନା, ଉସ୍‌ସେ ନା ତୋ ଆପ୍‌ ବଦଲ୍‌ ସକ୍‌ତେ ହେ ନା ହିଁ ମେ. ହମ୍ ସବ୍‌ ତୋ ରଙ୍ଗମଞ୍ଚ୍‌ କି କଠ୍‌ପୁତ୍‌ଲିୟାଁ ହେଁ, ଜିନ୍‌କି ଡୋର୍‌ ଉପର୍‌ୱାଲେ କି ଉଙ୍ଗୁଲିୟୋଁ ମେ ବନ୍ଧି ହେଁ. କବ୍‌ କନ୍‌, କୈସେ ଉଠେଗା ୟେ କୋଇ ନହି ବତା ସକ୍‌ତା ହୈ. ହା ହା ହା ’’

ମୁମ୍ବାଇ: ଏହି ଡାଏଲଗ୍‌ ଯେତିକି ହୃଦୟସ୍ପର୍ଶୀ, ଏହାକୁ ଜୀବନ୍ତ ତଥା ଲୋକପ୍ରିୟ କରିଥିବା ଅଭିନେତା ବି ସେପରି ସ୍ମରଣୀୟ। ସେହି ଚର୍ଚ୍ଚିତ ଅଭିନେତା ଯେତେବେଳେ ଡାଏଲଗ୍‌  କହୁଥିଲେ ତାଙ୍କ ପ୍ରିୟ ପ୍ରଶଂସକମାନେ ଭାବପ୍ରବଣ ହୋଇ ଉଠୁଥିଲେ। ପ୍ରଶଂସକଙ୍କ ଗହଣରେ ଏବେ ନ ଥିଲେ ମଧ୍ୟ ନିଜ ସ୍ୱତନ୍ତ୍ର ଷ୍ଟାଇଲ୍‌ ଓ ଡାଏଲଗ୍‌ ଡେଲିଭରି ପାଇଁ କୋଟି କୋଟି ଦର୍ଶକଙ୍କ ହୃଦୟରେ ଏବେ ବି ଜୀବିତ ଅଛନ୍ତି ବଲିଉଡ୍‌ର ପ୍ରଥମ ସୁପର୍‌ଷ୍ଟାର୍‌ ରାଜେଶ ଖାନ୍ନା।

ରାଜେଶ୍‌ ଖାନ୍ନାଙ୍କ ଜନ୍ମ ଆଜିର ତାରିଖ ଅର୍ଥାତ୍‌ ଡିସେମ୍ବର ୨୯, ୧୯୪୨ରେ ପଞ୍ଜାବର ଅମ୍ରିତ୍‌ସର୍‌ରେ ହୋଇଥିଲା।  ତାଙ୍କର ପ୍ରକୃତ ନାଁ ଥିଲା ଜତୀନ୍‌ ଖନ୍ନା। ସେ ଫିଲ୍ମରେ ଆସିବା ପୂର୍ବରୁ ତାଙ୍କ ଅଙ୍କଲ୍‌ କେକେ ତଲୱାର ତାଙ୍କ ନାଁ ବଦଳାଇ ଜତୀନ୍‌ରୁ ରାଜେଶ୍‌ କରି ଦେଇଥିଲେ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାଜେଶ ଖାନ୍ନାଙ୍କୁ ‘କାକା’ ନାଁରେ ସମ୍ବୋଧନ କରାଯାଏ।

ମୁମ୍ବାଇ ଆସିବା ପରେ ରାଜେଶ ପ୍ରଥମେ ନାଟକ ଓ ଥିଏଟର୍‌ରେ କାମ କରୁଥିଲେ। ଏହା ପରେ ସେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ। ତିନି ବର୍ଷରେ ଲଗାତର୍‌ ୧୫ଟି ହିଟ୍‌ ଫିଲ୍ମ ଦେଇ ବଲିଉଡ୍‌ର ସୁପରଷ୍ଟାର୍‌ ସାଜିଥିଲେ ରାଜେଶ୍ ଖାନ୍ନା। ଆସନ୍ତୁ ଜାଣିବା ସୁପର୍‌ଷ୍ଟାର୍‌ଙ୍କ ସେହି ୧୫ଟି ହିଟ୍‌ ଫିଲ୍ମ ବିଷୟରେ।

ଆରଧନା(୧୯୬୯) ନିର୍ଦ୍ଦେଶକ- ଶକ୍ତି ସାମନ୍ତ, ଇତିଫାକ୍‌(୧୯୬୯) ନିର୍ଦ୍ଦେଶକ-ୟଶ୍‌ ଚୋପ୍ରା, ଦୋ ରାସ୍ତେ(୧୯୬୯)ନିର୍ଦ୍ଦେଶକ- ରାଜ୍‌ ଖୋସଲା, ବନ୍ଧନ(୧୯୬୯) ନିର୍ଦ୍ଦେଶକ-ନରେନ୍ଦ୍ର ବେଦୀ, ଖାମୋଶୀ (୧୯୬୯) ନିର୍ଦ୍ଦେଶକ-ଅସୀତ୍‌ ସେନ୍‌, ଡୋଲୀ (୧୯୬୯) ନିର୍ଦ୍ଦେଶକ ଅଧୁର୍ତ୍ତା ସୁବ୍‌ବା ରାଓ, ସଫର୍ (୧୯୭୦) ନିର୍ଦ୍ଦେଶକ ଅସୀତ୍‌ ସେନ୍‌, ଆ ମିଲୋ ସଜନା (୧୯୭୦) ନିର୍ଦ୍ଦେଶକ- ମୁକଲ ଦତ୍ତ, ଦ ଟ୍ରେନ୍‌ (୧୯୭୦) ନିର୍ଦ୍ଦେଶକ- ରବିକାନ୍ତ ନାଗରାଚ, ସଚ୍ଚା ଝୁଟ୍ଟା (୧୯୭୦) ନିର୍ଦ୍ଦେଶକ- ମନମୋହନ ଦେଶାଇ, କଟୀ ପତଙ୍ଗ (୧୯୭୧) ନିର୍ଦ୍ଦେଶକ- ଶକ୍ତି ସାମନ୍ତ, ‘ଆନନ୍ଦ’ (୧୯୭୧) ନିର୍ଦ୍ଦେଶକ- ହୃଷିକେଶ୍‌ ମୁଖାର୍ଜି, ମେହବୁବ୍‌ କି ମେହନ୍ଦୀ (୧୯୭୧) ନିର୍ଦ୍ଦେଶକ- ଏଟ୍‌ ଏସ୍‌ ରାୱେଲ୍‌, ହାତୀ ମେରୀ ସାଥି(୧୯୭୧) ନିର୍ଦ୍ଦେଶକ- ଏମ୍‌ ଏ ଛିରୁ ମୁଗମ, ଦୁଶ୍‌ମନ୍‌( ୧୯୭୨) ନିର୍ଦ୍ଦେଶକ- ଦୁଲାଲ ଗୁହା

 ରାଜେଶ୍‌ଙ୍କର କିଛି ସୁପରହିଟ୍‌ ଡାଏଲଗ୍‌:

-‘‘ବାବୁ ମୋସାଇ, ଜିନ୍ଦେଗୀ ବଡ଼ି ହୋନି ଚାହିଏ ଲମ୍ବୀ ନେହିଁ’’। (ଫିଲ୍ମ ଆନନ୍ଦ)

-‘‘ଜବତକ୍‌ ଜିନ୍ଦା ହୁଁ ତବ୍‌ତକ ମରା ନେହିଁ, ଜବ ମରଗୟା ସଲା ମେ ହିଁ ନେହିଁ’’। ( ଫିଲ୍ମ ଆନନ୍ଦ)

-‘‘ମତ୍‌ ତୋ ଏକ୍‌ ପଲ୍‌ ହୈ’’। (ଫିଲ୍ମ ଆନନ୍ଦ)

– ‘‘ଏକ୍‌ ଛୋଟାସା ଜ‌ଖ୍‌ମ୍‌ ବହତ୍‌ ଗହରା ଦାଗ ବନ୍‌ ସକ୍‌ତା ହୈ’’ ( ଫିଲ୍ମ ଆରଧନା)

– ‘‘ଇନ୍‌ସାନ୍‌କୋ ଦିଲ୍‌ ଦେ, ଦିମାଗ୍‌ ଦେ, ଜିସ୍ମ ଦେ ପର୍‌ କମ୍‌ବକ୍ତ ୟେ ପେଟ୍‌ ନା ଦେ’’ ( ଫିଲ୍ମ ରୋଟୀ)

 -‘‘ମେ ମର୍‌ନେ ସେ ପହଲେ ମର୍‌ନେ ନହିଁ ଚାହତା’’ ( ଫିଲ୍ମ ସଫର)

-‘‘ମୈନେ ତୁମ୍‌ସେ କିତ୍‌ନୀ ବାର କହା ପୁଷ୍ପା, ମୁଝେ ୟେ ଆଶୁ ନେହିଁ ଦିଖେ ଜାତେ। ଆଇ ହେଟ୍‌ ଟିଅର୍ସ’’ (ଫିଲ୍ମ୍‌ ଅମର ପ୍ରେମ୍‌)

 

 



from Odisha Reporter http://bit.ly/2Aoa5zP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages