ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଲୋକସଭାରେ ୩ ତଲାକ ବିଲ୍‌ ପାସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଲୋକସଭାରେ ୩ ତଲାକ ବିଲ୍‌ ପାସ୍‌

ନୂଆଦିଲ୍ଲୀ: ଟ୍ରିପଲ୍ ତଲାକ ବିରୋଧରେ ଆଗତ ବହୁ ପ୍ରତୀକ୍ଷିତ ସଂଶୋଧିତ ବିଲ୍‌ ଆଜି ଲୋକସଭାରେ ପାସ୍‌ ହୋଇଛି। ପୂର୍ବରୁ ମୂଳ ବିଲ୍‌ ଲୋକସଭାରେ ପାସ୍‌ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ବିରୋଧୀଙ୍କ ଆପତ୍ତି ଯୋଗୁ ଏହା ଅଟକି ରହିଥିଲା। ଫଳରେ ସରକାର ଏଥିରେ କିଛି ସଂଶୋଧନ ଆଣି ପୁଣିଥରେ ଆଜି ଲୋକସଭାରେ ଆଗତ କରିଥିଲେ। ଆଜି ଦୀର୍ଘ ୫ ଘଣ୍ଟାର ମାରାଥନ ବିତର୍କ ତଥା ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ଏହି ସଂଶୋଧିତ ବିଲ୍ ପାସ୍‌ ହୋଇଛି।

ବିଲ୍‌ ପାଇଁ ଗୃହରେ ଭୋଟ୍‌ ହେବା ପୂର୍ବରୁ କଂଗ୍ରେସ ସମେତ ଡିଏମକେ, ଟିଏମସି, ଆରଜେଡି ଏବଂ ଏଆଇଏଡିଏମକେ ଭଳି ଦଳ ବାହାରକୁ ଚାଲି ଯାଇଥିଲେ। ଫଳରେ ୨୫୬ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଭୋଟ ଗ୍ରହଣ ହୋଇଥିଲା। ବିଲ୍‌ ସପକ୍ଷରେ ୨୪୫ ଭୋଟ ପଡ଼ିଥିବା ବେଳେ ଏହାର ବିପକ୍ଷରେ ୧୧ ଜଣ ସାଂସଦ ଭୋଟ ଦେଇଥିଲେ। କଂଗ୍ରେସ ଆଲୋଚନା ବେଳେ ଟ୍ରିପଲ ତଲାକ ବିଲ୍‌କୁ ସଂସଦର ସିଲେକସନ୍‌ କମିଟିକୁ ପଠାଇବାକୁ ଦାବି କରିଥିଲା। ସେହିପରି ସାଂସଦ ଅସାଉଦ୍ଦିନ ଓୱେସୀ ବିଲ୍‌ରେ ଥିବା ଜେଲ୍‌ ପ୍ରାବଧାନ ବ୍ୟବସ୍ଥାକୁ ବିରୋଧ କରିଥିଲେ। ହେଲେ ବାଚସ୍ପତି କୌଣସି ପ୍ରକାରର ସଂଶୋଧନ ପାଇଁ ରାଜି ହୋଇ ନଥିଲେ। ଫଳରେ ବିରୋଧୀ ଦଳଗୁଡ଼ିକ ଭୋଟ ପ୍ରକ୍ରିୟାରେ ସାମିଲ ହୋଇ ନଥିଲେ।

କେନ୍ଦ୍ର ଆଇନ୍‌ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ, ସୁପ୍ରିମକୋର୍ଟ ଗୋଟିଏ ବର୍ଷ ହେଲାଣି ଇନଷ୍ଟାଣ୍ଟ ଟ୍ରିପଲ ତଲାକକୁ ଅସାମ୍ବିଧାନିକ ବୋଲି କହି ସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତଥା ମୁସଲିମ ମହିଳାଙ୍କ ସମ୍ମାନ ଓ ଅଧିକାର ପାଇଁ କେନ୍ଦ୍ର ସରକାର ଏହି ବିଲ୍‌ ପାସ୍‌ କରିବାକୁ ଚାହୁଁଛନ୍ତି।

ତେବେ କେନ୍ଦ୍ର ସରକାରଙ୍କ ଏହି ଯୁକ୍ତିକୁ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବିଜେଡି ଓ ତାମିଲନାଡୁରେ କ୍ଷମତାସୀନ ଏଆଇଏଡିଏମକେ ସାଂସଦମାନଙ୍କ ସମର୍ଥନ ପାଇନଥିଲା। ଏମାନେ କଂଗ୍ରେସ ଭଳି ବିଲ୍‌କୁ ସଂସଦର ସିଲେକସନ୍‌ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ।

ବିରୋଧୀ ଦଳଗୁଡ଼ିକ ୩ଟି ପଏଣ୍ଟ ଉଠାଇ ବିଲ୍‌କୁ ବିରୋଧ କରିଥିଲେ। ଟ୍ରିପଲ ତଲାକ ଦେଉଥିବା ବ୍ୟକ୍ତିଙ୍କୁ ଏହି ବିଲ୍‌ରେ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। କିନ୍ତୁ ଅନ୍ୟ କୌଣସି ଧର୍ମରେ ଛାଡ଼ପତ୍ର ପାଇଁ ଜେଲ୍‌ଦଣ୍ଡର ବ୍ୟବସ୍ଥା ନାହିଁ। ସେହିପରି ସ୍ୱାମୀ ଜେଲ୍‌ରେ ଥିବା ବେଳେ ପତ୍ନୀଙ୍କ ଭରପୋଷଣ କିଏ କରିବ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ବିଲ୍‌ରେ ନାହିଁ। ଏଭଳି ଏକ ବିଲ୍‌ ଦ୍ୱାରା ସ୍ଵାମୀ-ସ୍ତ୍ରୀ ଯେ ପୁଣି ଏକାଠି ହେବେ, ତା’ର କୌଣସି ସମ୍ଭାବନା ନଥିବାରୁ ବିରୋଧୀ ଦଳଗୁଡ଼ିକ ଏହାକୁ ବିରୋଧ କରିଥିଲେ।

ବିଲ୍‌ ଅନୁସାରେ ଇନ୍‌ଷ୍ଟାଣ୍ଟ ଟ୍ରିପଲ ତଲାକ ଦେଉଥିବା ସ୍ୱାମୀକୁ ୩ ବର୍ଷ ଜେଲ କିମ୍ବା ଜୋରିମାନା ହେବ। ଏଥିସହ ଟ୍ରିପଲ୍‌ ତଲାକ୍‌ ଏକ ଜାମିନ୍‌ ବିହୀନ୍‌ ଅପରାଧ ବିବେଚିତ ହେବ। କିନ୍ତୁ ଟ୍ରିପଲ୍‌ ତଲାକ ଦେଉଥିବା ଅଭିଯୁକ୍ତଙ୍କୁ କେବଳ ଜଣେ ମାଜିଷ୍ଟ୍ରେଟ୍‌ ଜାମିନ୍‌ ଦେଇପାରିବେ ବୋଲି ସଂଶୋଧନ କରାଯାଇ ବିଲ୍‌ରେ ସାମିଲ କରାଯାଇଛି। ଅବଶ୍ୟ ଜାମିନ ଦେବା ପୂର୍ବରୁ ମାଜିଷ୍ଟ୍ରେଟଙ୍କୁ ସ୍ତ୍ରୀଙ୍କ ପକ୍ଷ ଶୁଣିବାକୁ ପଡ଼ିବ। ଏଥିସହ ଯଦି ପରବର୍ତ୍ତୀ ଅବସ୍ଥାରେ ଉଭୟ ପକ୍ଷ ଆପୋଷ ବୁଝାମଣା ପାଇଁ ରାଜି ହୁଅନ୍ତି, ତା’ହେଲେ ପୁଣି ସେମାନେ ଏକାଠି ରହିପାରିବେ। ପୀଡ଼ିତା କିମ୍ବା ତାଙ୍କ ପରିବାର ଲୋକମାନେ ହିଁ କେବଳ ପୁଲିସ୍‌ରେ ଟ୍ରିପଲ୍‌ ତଲାକର ଶିକାର ହୋଇଥିବା ଏଫ୍‌ଆଇଆର୍‌ ଦେଇପାରରିବେ।

ଗତ ବର୍ଷ ଡିସେମ୍ବର ମାସରେ କେନ୍ଦ୍ର ସରକାର ଲୋକସଭାରେ ତତ୍କାଳ ତିନ୍‌ ତଲାକ୍‌କୁ ବେଆଇନ୍‌ ଦର୍ଶାଇବା ପାଇଁ ଏକ ବିଲ୍‌ ଆଗତ କରିଥିଲେ।



from Odisha Reporter http://bit.ly/2Tfa3Bw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages