୭୫୦ କେଜି ପିଆଜକୁ ୧୦୬୪ ଟଙ୍କାରେ ବିକିଲେ, ସବୁ ଟଙ୍କା ମୋଦିଙ୍କୁ ପଠାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

୭୫୦ କେଜି ପିଆଜକୁ ୧୦୬୪ ଟଙ୍କାରେ ବିକିଲେ, ସବୁ ଟଙ୍କା ମୋଦିଙ୍କୁ ପଠାଇଲେ

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ପିଆଜ ଚାଷୀଙ୍କ ଉପରେ ଚଡ଼କ ପଡ଼ିଛି। ପିଆଜ ଦର ଆଶାତୀତ ଭାବେ ହ୍ରାସ ପାଇବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିକ୍ରମରେ ଜଣେ ଚାଷୀ ଅଭିନବ ଉପାୟରେ ନିଜର ପ୍ରତିବାଦ ଜଣାଇଛନ୍ତି। ସେ ଉତ୍ପାଦନ କରିଥିବା ୭୫୦ କେଜି ପିଆଜକୁ ମାତ୍ର ୧୦୬୪ ଟଙ୍କାରେ ବିକ୍ରି କରିଥିଲେ। ପ୍ରତିବାଦ ସ୍ୱରୂପ ଚାଷୀ ଜଣଙ୍କ ଏହି ଟଙ୍କାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପଠାଇ ନିଜର ଅସନ୍ତୋଷ ଜାହିର କରିଛନ୍ତି।

ନାଶିକ ଜିଲ୍ଲାର ନିପହାଡ ତହସିଲର ଚାଷୀ ସଞ୍ଜୟ ସାଠେ ଭଲ ଚାଷ କାମ କରିଥିବାରୁ ୨୦୧୦ରେ ତାଙ୍କୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କାର ନିମନ୍ତେ ଚୟନ କରାଯାଇଥିଲା। ଏଥିସହ ସେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଭାବବିନିମୟ କରିବାର ସୁଯୋଗ ପାଇଥିଲେ। ହେଲେ ଏବେ ତାଙ୍କ ପାଇଁ ସବୁ କିଛି ଓଲଟପାଲଟ ହୋଇଯାଇଛି।

ସଞ୍ଜୟ କହିଛନ୍ତି, “ଚଳିତ ବର୍ଷ ମୁଁ ୭୫୦ କେଜି ପିଆଜ ଅମଳ କରିଥିଲି। ହେଲେ ସ୍ଥାନୀୟ ହୋଲସେଲ୍‌ ମାର୍କେଟରେ ଏହାର କେଜି ପିଛା ଦର ୧ ଟଙ୍କା ରହିଥିଲା। ଫଳରେ ମୁଁ ଏହାକୁ ବିକ୍ରି କରିବାକୁ କୁଣ୍ଠା ପ୍ରକାଶ କରିଥିଲି। ବହୁତ ଅନୁନୟ ବିନୟ ପରେ କେଜି ପିଛା ୧ ଟଙ୍କା ୪୦ ପଇସା ଦରରେ ପିଆଜ କିଣିବାକୁ ଜଣେ ବ୍ୟବସାୟୀ ରାଜି ହୋଇଥିଲେ।

ଅର୍ଥାତ ମୁଁ ୭୫୦ କେଜିର ପିଆଜ ବିକ୍ରି କରି ମାତ୍ର ୧୦୬୪ ଟଙ୍କା ପାଇଥିଲି। ଏତେ କମ୍ ଟଙ୍କା ପାଇବା ମୋତେ ବହୁତ ବାଧିଥିଲା। ଶେଷରେ ମୁଁ ଏହା ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ପଠାଇ ଦେବାକୁ ନିଷ୍ପତ୍ତି କଲି। ଏହି ଟଙ୍କା ପଠାଇବା ପାଇଁ ମୋତେ ଅତିରିକ୍ତ ୫୪ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ମୁଁ କୌଣସି ରାଜନୀତିକ ଦଳର ଲୋକ ନୁହେଁ। କିନ୍ତୁ ସରକାର ଆମ ପ୍ରତି ଦୃଷ୍ଟି ନ ଦେବାରୁ ମୋତେ ଏହା କଷ୍ଟ ଦେଉଛି।”

ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।



from Odisha Reporter https://ift.tt/2APs7KW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages