ଓଡ଼ିଶାକୁ ଝଟକା: ପ୍ରକଳ୍ପ କାମ ସ୍ଥଗିତାଦେଶ ପାଇଁ ମନାକଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ଓଡ଼ିଶାକୁ ଝଟକା: ପ୍ରକଳ୍ପ କାମ ସ୍ଥଗିତାଦେଶ ପାଇଁ ମନାକଲେ ସୁପ୍ରିମକୋର୍ଟ

Polavaram Project

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶା ସରକାରଙ୍କୁ ଝଟକା ଲାଗିଛି। ପ୍ରକଳ୍ପ କାମରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମକୋର୍ଟ ଆଜି ମନାକରିଦେଇଛନ୍ତି। ପ୍ରକଳ୍ପ ନେଇ ସବୁ ତଥ୍ୟ ଦେବାକୁ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼କୁ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। କେତେ ଅଞ୍ଚଳ ବୁଡ଼ିବ, କେତେ କ୍ଷତିଗ୍ରସ୍ତ ହେବେ ସବୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତ କୋର୍ଟ। ସବୁ ତଥ୍ୟ ପାଇଲା ପରେ ଜନଶୁଣାଣି କରିପାରିବେ ରାଜ୍ୟ ସରକାର।

ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୋଲାଭରମ ପ୍ରକଳ୍ପ କାର୍ଯ୍ୟରେ ସ୍ଥଗିତାଦେଶ ପାଇଁ ଆବେଦନ କରିଥିଲା ଓଡ଼ିଶା। ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଓଡ଼ିଶା ଓ ଛତିଶଗଡ଼ରେ ସ୍ୱତନ୍ତ୍ର ସଂସ୍ଥା ନିୟୋଜିତ କରି ଜନଶୁଣାଣି କରିବା ପାଇଁ କେନ୍ଦ୍ର ସରକାର ସମ୍ମତି ଜଣାଇଥିଲେ। ଶନିବାର କେନ୍ଦ୍ର ସରକାର ସାନି ସତ୍ୟପାଠ ଦାଖଲ କରି ଏଥିରୁ ଓହରି ଯାଇଥିଲେ। କହିଥିଲେ, ସ୍ୱତନ୍ତ୍ର ସଂସ୍ଥା ନିୟୋଜିତ କରି ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ଲାଗି ଭୁଲ୍‌ବଶତଃ କୁହାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ।



from Odisha Reporter https://ift.tt/2riHNSj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages