ମେଲବର୍ଣ୍ଣରେ ଭାରତୀୟ ଖେଳାଳି ଏବଂ ପ୍ରଶଂସକଙ୍କୁ ଜାତିବାଦୀ ଆକ୍ଷେପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ମେଲବର୍ଣ୍ଣରେ ଭାରତୀୟ ଖେଳାଳି ଏବଂ ପ୍ରଶଂସକଙ୍କୁ ଜାତିବାଦୀ ଆକ୍ଷେପ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ବ୍ୟାକ୍‌ଫୁଟ୍‌ରେ ଥିବାରୁ ଘରୋଇ ଦଳର ପ୍ରଶଂସକମାନେ ଏହାକୁ ଭଲ ମନରେ ଗ୍ରହଣ କରିପାରି ନାହାନ୍ତି।

ମେଲବର୍ଣ୍ଣ ଷ୍ଟାଡିୟମରେ ମ୍ୟାଚ୍‌ ଦେଖୁଥିବା କିଛି ଅଷ୍ଟ୍ରେଲିୟ ପ୍ରଶଂସକ ଭାରତୀୟ ଖେଳାଳି ଏବଂ ସମର୍ଥକଙ୍କୁ ଜାତିବାଦୀ ଆକ୍ଷେପ କରି ନାରାବାଜି କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ‘କ୍ରିକେଟ୍‌ ଅଷ୍ଟ୍ରେଲିଆ’ ଜାତିବାଦୀ ଆକ୍ଷେପ କରିଥିବା ଦର୍ଶକଙ୍କୁ ଏଭଳି ନ କରିବାକୁ ଚେତାବନୀ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଦୁଇ ଦିନ ଅଷ୍ଟ୍ରେଲିଆ ଦଳର ପ୍ରଶଂସକମାନେ ଭାରତୀୟ ଖେଳାଳି ଏବଂ ସମର୍ଥକଙ୍କୁ “ତୁମମାନଙ୍କ ଭିସା ଦେଖାଅ” ବୋଲି କହି ନାରାବାଜି କରିଥିଲେ। ଏଥିସହ ସେମାନେ ଭାରତୀୟ ଖେଳାଳି ଏବଂ ପ୍ରଶଂସକଙ୍କୁ ଜାତିବାଦୀ ଆକ୍ଷେପ ମଧ୍ୟ କରିଥିଲେ। ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ପାଖରେ ଏକାଧିକ ଅଭିଯୋଗ ପହଞ୍ଚିଛି।

ଏହାପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ, ଭିକ୍ଟୋରିଆ ପୁଲିସ୍‌ ଏବଂ ଷ୍ଟାଡିୟମ ମ୍ୟାନେଜମେଣ୍ଟ ଏସମ୍ପର୍କରେ ଜଣାଇଛି। ଏବେ ପୁଲିସ୍‌ ଏବଂ ଷ୍ଟାଡିୟମ ମ୍ୟାନେଜମେଣ୍ଟ ଦର୍ଶକଙ୍କ ସବୁ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି। ଏଥିସହ ଷ୍ଟାଡିୟମକୁ ପ୍ରବେଶ କରୁଥିବା ଦର୍ଶକଙ୍କୁ ଏଭଳି ମନ୍ତବ୍ୟ ଦେବାରୁ ବିରତ ରହିବାକୁ କୁହାଯାଉଛି।



from Odisha Reporter http://bit.ly/2BLcOTX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages