ଜାଣନ୍ତୁ କେଉଁ ବାରରେ ନୂଆ ଲୁଗା ପିନ୍ଧିବା ଅଶୁଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ଜାଣନ୍ତୁ କେଉଁ ବାରରେ ନୂଆ ଲୁଗା ପିନ୍ଧିବା ଅଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଓଡ଼ିଆ ପରମ୍ପରାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ। ଆଉ ସବୁ ପର୍ବରେ ପ୍ରାୟ ସମସ୍ତେ ନୂଆ ଲୁଗା ପିନ୍ଧନ୍ତି। ବିଶେଷ କରି ଘରର ମହିଳାମାନେ ସବୁ ପୂଜା ପାର୍ବଣରେ ନୂଆ ଲୁଗା ପିନ୍ଧିଥାନ୍ତି। ହେଲେ ଆପଣ ଜାଣନ୍ତି, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସପ୍ତାହରେ ସବୁ ବାରରେ ନୂଆ ବସ୍ତ୍ର ପିନ୍ଧିବା ଉଚିତ୍‌ ନୁହେଁ। କିଛି ବାର ଏମିତି ଅଛି ଯେଉଁଥିରେ ନୂଆ ପିନ୍ଧିବା ଅଶୁଭ।  ତେବେ ଆସନ୍ତୁ ଏ ସମ୍ପର୍କରେ ଟିକେ ଅଧିକ ଜାଣିବା।

ସୋମବାର: ଯଦି ମହିଳାମାନେ ସୋମବାର ଦିନ ନୂଆ ବସ୍ତ୍ର ପିନ୍ଧନ୍ତି ତେବେ ତାଙ୍କର ଉନ୍ନତି  ହେବ, କ୍ୟାରିୟରରେ ସଫଳତା ପାଇବେ।

ମଙ୍ଗଳବାର: ଏହି ଦିନ ମହିଳାମାନେ ନୂଆ ବସ୍ତ୍ର ପିନ୍ଧିଲେ ସେମାନଙ୍କର ଆୟୁଷ କମିଯାଏ। କିନ୍ତୁ ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ବୁଧବାର: ଏହିଦିନ ଯଦି ମହିଳାମାନେ ନୂଆ ବସ୍ତ୍ର ପିନ୍ଧନ୍ତି ତେବେ ସେମାନଙ୍କୁ ସୌଭାଗ୍ୟ ଫଳ ପ୍ରାପ୍ତି ହୋଇଥାଏ ଏବଂ ସମାଜରେ ତାଙ୍କର ମାନ ସମ୍ମାନ ଓ ପ୍ରତିଷ୍ଠା ମଧ୍ୟ ବଢ଼ିଥାଏ।

ଗୁରୁବାର: ସେହିଭଳି ଗୁରୁବାର ଦିନ ନୂଆ ବସ୍ତ୍ର ପିନ୍ଧି ମହିଳାମାନେ ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ତାଙ୍କ ଘରେ କେବେ ହେଲେ ଧନ ଅଭାବ ଦେଖା ଦିଏନାହିଁ।

ଶୁକ୍ରବାର: ଶୁକ୍ରବାର ଦିନ ନୂତନ ବସ୍ତ୍ର ପିନ୍ଧିବା ଦ୍ୱାରା ମହିଳାମାନଙ୍କୁ ତାଙ୍କ କର୍ମ କ୍ଷେତ୍ରରେ ବହୁ ପ୍ରଶଂସା ମିଳିବା ସହ ପଦୋନ୍ନତି ମଧ୍ୟ ପ୍ରାପ୍ତ ହୋଇଥାଏ।

ଶନିବାର: ଯଦି ମହିଳାମାନେ ଶନିବାର ଦିନ ନୂଆ ବସ୍ତ୍ର ପରିଧାନ କରନ୍ତି ତେବେ ତାଙ୍କ ଶରୀର ଅସୁସ୍ଥ ହେବା ସହ ଦୁର୍ଭାଗ୍ୟର ଶିକାର ହୋଇଥାନ୍ତି।

ରବିବାର: ମହିଳାମାନେ ରବିବାର ଦିନ ନୂଆ ବସ୍ତ୍ର ପିନ୍ଧିବା ଦ୍ୱାରା ଅର୍ଥ ହାନି ହେବା ସହ ଦାରିଦ୍ର୍ୟତା ମାଡ଼ି ଆସିଥାଏ। ଏହା ବ୍ୟତୀତ ସେହି ନୂଆ ବସ୍ତ୍ରଟି ଶୀଘ୍ର ନଷ୍ଟ ହୋଇଯାଇଥାଏ।

 



from Odisha Reporter https://ift.tt/2DTFooO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages