ମହାଲକ୍ଷ୍ମୀ ମନ୍ଦିର ନିକଟସ୍ଥ ୩ ମହଲା ବିଲଡିଂରେ ଅଗ୍ନିକାଣ୍ଡ, ଜଣେ ମୃତ, ୬୦ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ମହାଲକ୍ଷ୍ମୀ ମନ୍ଦିର ନିକଟସ୍ଥ ୩ ମହଲା ବିଲଡିଂରେ ଅଗ୍ନିକାଣ୍ଡ, ଜଣେ ମୃତ, ୬୦ ଉଦ୍ଧାର

ମୁମ୍ବାଇ:ମୁମ୍ବାଇର ମହାଲକ୍ଷ୍ମୀ ମନ୍ଦିର ନିକଟରେ ଅଘଟଣ। ମନ୍ଦିର ପାଖରେ ଥିବା ଏକ ବିଲଡିଂରେ ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଘଟଣା ଘଟିଥିବା ବେଳେ ଦମକଳବାହିନୀ ପକ୍ଷରୁ ନିଆଁଲିଭା ଯାଇଛି।

ଉଦ୍ଧାରକାରୀ ଦଳ ପକ୍ଷରୁ ୬୦ ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇଛି। ତେବେ ନିଆଁଜନିତ ଧୂଆଁରେ ଫସି ରହିଥିବା ୧୯ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନାୟାର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୩ଟାରୁ ଉକ୍ତ ବିଲଡିଂରେ ନିଆଁ ଲାଗିଥିଲା।

ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ନିଆଁରୁ ରକ୍ଷାପାଇବା ପାଇଁ ଲୋକେ ୩ ମହଲା ବିଲଡିଂରୁ ଦଉଡ଼ା ଦଉଡ଼ି କରି ଆସୁଥିବା ବେଳେ ପ୍ରବଳ ଧୂଆଁରେ କେତେକ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ।



from Odisha Reporter https://ift.tt/2QaEiMP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages