“ସିଭିଲ୍‌ ସର୍ଭିସ୍‌ ପାଇଁ ସର୍ବୋଚ୍ଚ ବୟସ ସୀମା ୨୭ ହେଉ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

“ସିଭିଲ୍‌ ସର୍ଭିସ୍‌ ପାଇଁ ସର୍ବୋଚ୍ଚ ବୟସ ସୀମା ୨୭ ହେଉ”

ନୂଆଦିଲ୍ଲୀ: ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ସାଧାରଣ ବର୍ଗର ଆଶାୟୀଙ୍କ ସର୍ବୋଚ୍ଚ ବୟସ ସୀମା ୩୦ ବର୍ଷରୁ ୨୭ ବର୍ଷକୁ ହ୍ରାସ କରିବାପାଇଁ ପ୍ରସ୍ତାବ ଦେଇଛି ନିତି ଆୟୋଗ। ୨୦୨୨-୨୩ ମସିହା ସୁଦ୍ଧା ଏହାକୁ ଲାଗୁ କରିବାକୁ ଏଥିରେ ପ୍ରସ୍ତାବ ରହିଛି ଏବଂ ସମସ୍ତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଗୋଟିଏ ଥରରେ କରିବାପାଇଁ ମଧ୍ୟ ପ୍ରସ୍ତାବ ରହିଛି।

ସମସ୍ତ ପଦବୀ ପାଇଁ ସେଣ୍ଟ୍ରାଲ ଟ୍ୟାଲେଣ୍ଟ ପୁଲ୍‌ ବିକଶିତ କରିବାର ପ୍ରସ୍ତାବ ମଧ୍ୟ ରହିଛି। ‘ଷ୍ଟ୍ରାଟେଜୀ ଫର ନ୍ୟୁ ଇଣ୍ଡିଆ @ ୭୫’ ରିପୋର୍ଟରେ କୁହାଯାଇଛି, ସେବାଗୁଡ଼ିକୁ ତର୍କସଙ୍ଗତ କରି ଏସବୁର ସଂଖ୍ୟା କମାଯାଇପାରିବ।

ବର୍ତ୍ତମାନ ଜାତୀୟ ସ୍ତରରେ ଏବଂ ପ୍ରାଦେଶିକ ସ୍ତରରେ ୬୦ ପ୍ରକାରର ପ୍ରଶାସନିକ ସେବା ରହିଛି। ବର୍ତ୍ତମାନ ନିଯୁକ୍ତି ପାଉଥିବା ପ୍ରଶାସନିକ ଅଧିକାରୀଙ୍କ ହାରହାରି ବୟସ ୨୫ ବର୍ଷ ୬ ମାସ ଏବଂ ଭାରତର ମୋଟ ଜନସଂଖ୍ୟାର ଏକ ତୃତୀୟାଂଶ ହେଉଛନ୍ତି ୩୫ ବର୍ଷ ବୟସରୁ କମ୍‌।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, “ପ୍ରଶାସନିକ ସେବାରେ ସଂସ୍କାର ଆଣିବାପାଇଁ ଅଧିକାରୀମାନେ ନିଜ ଶିକ୍ଷା ଏବଂ କୌଶଳ ଭିତ୍ତିରେ ସ୍ପେଶାଲାଇଜେସନ୍‌କୁ ଗୁରୁତ୍ୱ ଦେବାପାଇଁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ଦୀର୍ଘ ମିଆଦି ନିଯୁକ୍ତି ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଭିତ୍ତିରେ ହେବା ଉଚିତ।”



from Odisha Reporter https://ift.tt/2QGOe0Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages