
ବେଙ୍ଗାଲୁରୁ: କର୍ଣ୍ଣାଟକାର ଚାମରାଜାନଗର ଜିଲ୍ଲାର ଏକ ମନ୍ଦିରରେ ପ୍ରସାଦ ଖାଇ ୧୧ ଜଣଙ୍କର ମୃତ୍ୟୁ ଘଟଣାରେ ୨ ଜଣ ଗିରଫ ହେବାପରେ ଗୋଟିଏ ପରେ ଗୋଟିଏ ରହସ୍ୟ ଫିଟିବାରେ ଲାଗିଛି। ଏହି ପ୍ରସାଦ ସେବନ ପରେ ୯୦ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଥିବା ଜଣାଯାଇଛି।
ବେଙ୍ଗାଲୁରୁଠାରୁ ୧୬୦ କିଲୋମିଟର ଦୂରରେ ଥିବା ଏହି ମନ୍ଦିରରେ ଏକ ଅନ୍ନ ପ୍ରସାଦ ବିଷାକ୍ତ ହୋଇଯାଇଥିବାରୁ ଏଭଳି ଘଟଣା ଘଟିଥିବା ଜଣାଯାଇଛି। ମନ୍ଦିରରେ ସେହି ସମୟରେ ଉପସ୍ଥିତ ଥିବା ଜଣେ ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ ସେମାନଙ୍କୁ ଟମାଟୋ ଭାତ ଏବଂ ବାସ୍ନାଯୁକ୍ତ ପାଣି ଦିଆଯାଇଥିଲା।
ମୃତକଙ୍କ ମଧ୍ୟରେ ୨ ଜଣ ଛୋଟପିଲା ମଧ୍ୟ ଥିଲେ। ଏପରିକି କିଛି କାଉ ମଧ୍ୟ ସେଠାରେ ଥିବା ଜଣାଯାଇଛି। ପୁଲିସ୍ ବର୍ତ୍ତମାନ ଅନ୍ୟ ୫ ଜଣଙ୍କୁ ଖୋଜିବା ଆରମ୍ଭ କରିଛି।
ଘଟଣା ପରେ ସେଠାକୁ ଯାଇଥିବା ଜଣେ ମନ୍ତ୍ରୀ ପୁଟ୍ଟାରାଙ୍ଗା ସେଟ୍ଟି କହିଛନ୍ତି, ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ରହିଥିବାରୁ ଗୋଟିଏ ଗୋଷ୍ଠୀ ଏପରି କରିଥାଇପାରେ। ଅନ୍ୟ ପକ୍ଷରେ ପ୍ରସାଦରେ କୀଟନାଶକ ମିଶାଯାଇଥିବା ଡାକ୍ତରମାନେ ସନ୍ଦେହ କରୁଛନ୍ତି ବୋଲି ପୁଲିସ୍ ସୂଚନା ଦେଇଛି। ମନ୍ଦିର ପ୍ରତିଷ୍ଠା ଉତ୍ସବ ପରେ ଏହି ପ୍ରସାଦ ସେବନ କରାଯାଉଥିଲା।
from Odisha Reporter https://ift.tt/2Cco7FW
No comments:
Post a Comment