ଓଡ଼ିଶା ଆସିବେ ମୋଦି ଓ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଓଡ଼ିଶା ଆସିବେ ମୋଦି ଓ ରାହୁଲ

modirahul

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

ନିଶ୍ଚିନ୍ତକୋଇଲିରେ ପଦଯାତ୍ରାରେ ଯୋଗ ଦେବା ଅବସରରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଡିସେମ୍ବର ୨୪ ତାରିଖ ଦିନ ଓଡ଼ିଶା ଆସିବେ। ସେ ଖୋର୍ଦ୍ଧାରେ ଏକ ବିଶାଳ ଜନସମାବେଶରେ ଯୋଗ ଦେବେ।

ସେହିପରି ଚଳିତ ମାସ ଶେଷ ଆଡ଼କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏହି ଗସ୍ତ ସମୟରେ ରାହୁଲ ଓଡ଼ିଶାରେ ଦୁଇ ଦିନ ରହିବେ। ତେବେ ସେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ଆସିବେ ତାହା ସ୍ପଷ୍ଟ ହୋଇନି।

ପିସିସି ସଭାପତିଙ୍କ ସୂଚନା ଅନୁଯାୟୀ, ରାହୁଲ ୨୨,୨୩ କିମ୍ବା ୨୭,୨୮ରେ ଓଡ଼ିଶା ଗସ୍ତ କରିପାରନ୍ତି।

ରାହୁଲଙ୍କ ଗସ୍ତ ସୂଚନା ପାଇବା ପରେ କଂଗ୍ରେସ ନେତା ଓ କର୍ମୀ ଉତ୍ସାହିତ ହୋଇପଡ଼ିଛନ୍ତି।



from Odisha Reporter https://ift.tt/2KX5uZq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages