
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଦେଖାଯାଏ ଯେ, ଶୋଇବା ପୂର୍ବରୁ ପରିସ୍ରା କରି ଶୋଇଲେ ମଧ୍ୟ ପୁଣ ଥରେ ମଧ୍ୟ ରାତ୍ରିରେ ପରିସ୍ରା ଲାଗିଥାଏ। ଯାହାଫଳରେ ଆମେ ମଧ୍ୟରାତ୍ରିରେ ଉଠି ସିଧାସଳଖ ପରିସ୍ରା କରିବାକୁ ଚାଲିଯାଉI ଏହି ଅଭ୍ୟାସ ପ୍ରାୟ ଅନେକ ଲୋକଙ୍କପାଖରେ ଦେଖିବକୁ ମିଳେ।
କିନ୍ତୁ ଜାଣି ରଖନ୍ତୁ ଏପରି ହଠାତ ଉଠି ପରିସ୍ରା ଯିବା ଆମ ଶରୀର ପକ୍ଷେ କେତେ କ୍ଷତିକାରକ ହୋଇପାରେ? ଏହା ଆମର ଜୀବନ ମଧ୍ୟ ନେଇପାରେ। ଶୋଇବା ମଝିରେ ହଠାତ୍ ଉଠିବା ଦ୍ୱାରା ଆମ ହୃଦୟ ଏବଂ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏI ଯାହା ପରବର୍ତ୍ତୀ ସମୟରେ କୋମା କିମ୍ବା ହାର୍ଟ ଫେଲ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣବା ଏପରି କାହିଁକି ହୋଇଥାଏ।
ଆମେ ଯେତେବେଳେ ନିଦରେ ଶୋଇଯାଉ ଆମ ଶରୀର ସହ ଆମ ମସ୍ତିଷ୍କ, ହୃଦୟ, କୀଡ୍ନି ଓ ପାକସ୍ଥଳୀ ମଧ୍ୟ ବିଶ୍ରାମ ନେଇଥାଏI ତେଣୁ ଆମେ ହଠାତ୍ ଉଠିବା ଦ୍ୱାରା ଆମ ମସ୍ତିଷ୍କ ମଧ୍ୟ ଆମ ସହ ତୁରନ୍ତ ଆକ୍ଟିଭ ହୋଇପାରେ ନାହିଁ। ଏହା ହଠାତ୍ କରି ଧରିପାରେନାହିଁ ଯେ କ’ଣ କରିବା ଉଚିତ୍ ଓ କ’ଣ କରିବା ଉଚିତ୍ ନୁହେଁ।
ଏଣୁ ଏହି ଅସନ୍ତୁଳନ ଶରୀର ପ୍ରତି ବିପରୀତ ଭାବେ ପ୍ରତିକ୍ରିୟାଶୀଳ ହୋଇପଡ଼େ।
ଆପଣ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନଙ୍କର ମଧ୍ୟରାତ୍ରିରେ ଉଠିଥିବା ଘଟଣା ସକାଳକୁ ମନେ ନ ଥାଏ। ଏଭଳି ଏଥିପାଇଁ ହୁଏ କାରଣ ସମ୍ପୃକ୍ତ ବ୍ୟକ୍ତିଙ୍କ ମସ୍ତିଷ୍କ ସେ କଥା ସବୁ ମନେ ରଖିପାରେ ନାହିଁ।

ଅନେକଥର ଶୁଣିବାକୁ ମିଳେ ଯେ, ଜଣେ ସୁସ୍ଥ ମଣିଷ ରାତିରେ ଖାଇ ଶୋଇବା ପରେ ହଠାତ୍ ହୃଦଘାତରେ ମୃତ୍ୟୁବରଣ କରନ୍ତି। ଏଭଳି ଏଥିପାଇଁ ହୁଏ, କାରଣ ଅଧାରାତିରେ ପରିସ୍ରା ଲାଗିଲେ ହଠାତ୍ ନିଦ ଭାଙ୍ଗିଯାଇଥାଏ। ଫଳରେ ଆମ ହୃଦୟର ରକ୍ତ ସଞ୍ଚାଳନର ଗତି ତୀବ୍ର ହୋଇଯାଏ, ଯାହାକୁ ଆମ ହୃଦୟ ନିୟନ୍ତ୍ରଣ କରିପାରେ ନାହିଁ। ଫଳରେ ହୃଦଘାତରେ ଜୀବନ ଚାଲିଯାଏI
ଅନେକ ସମୟରେ ନିଦ ଭାଙ୍ଗିବା ମାତ୍ରେ ଆମେ ହଠାତ୍ ବିଛଣାରୁ ଉଠି ଛିଡ଼ା ହୋଇଯିବା ଦ୍ୱାରା ଆମ ମସ୍ତିଷ୍କ ଉପରେ ଚାପ ପଡ଼େ। ମସ୍ତିଷ୍କ ହଠାତ୍ ଭାବେ ସ୍ୱାଭାବିକ୍ ଅବସ୍ଥାକୁ ଫେରିପାରେ ନାହିଁ। ଏଥିରେ ଯଦି ପୁଣି ଆପଣ ହଠାତ୍ ଉଠି ଚାଲିବାକୁ ଆରମ୍ଭ କରୁଛନ୍ତି ତେବେ ମସ୍ତିଷ୍କ ଉପରେ ଅତ୍ୟଧିକ ଚାପ ପଡ଼ି ବ୍ରେନ୍ ଷ୍ଟ୍ରୋକ୍ ମଧ୍ୟ ହୋଇପାରେ। କେବଳ ଏତିକି ନୁହେଁ ମସ୍ତିଷ୍କ କୋମାରେ ମଧ୍ୟ ଯାଇପାରେ।
ପ୍ରତିକାର
ଅଧା ରାତିରେ ଯଦି ପରିସ୍ରା ଲାଗିବା ଯୋଗୁ ହଠାତ୍ ଆପଣଙ୍କ ନିଦ ଭାଙ୍ଗିଯାଉଛି ତେବେ ନିଦଭାଙ୍ଗିବା ମାତ୍ରେ ହଠାତ୍ ବିଛଣାରୁ ଉଠିଯାଆନ୍ତୁ ନାହିଁ। ପ୍ରଥମେ ବିଛଣାରେ ପାଖାପାଖି ୨୦-୩୦ ସେକେଣ୍ଡ ଶୋଇରୁହନ୍ତୁ। ଏହା ପରେ ଖଟରୁ ଗୋଡ଼ ତଳକୁ ଝୁଲାଇ ଆଉ ୩୦ ସେକେଣ୍ଡ ବସନ୍ତୁ। ଏହା ପରେ ୧ ମିନିଟ୍ ଭିତରେ ଆପଣଙ୍କ ହୃଦୟ ଓ ମସ୍ତିଷ୍କ ସ୍ୱାଭାବିକ ଅବସ୍ଥାକୁ ଚାଲିଆସିବ। ଏହାପରେ ଆପଣ ଉଠି ଯୁଆଡ଼େ ଯାଇପାରିବେ।
from Odisha Reporter https://ift.tt/2BSJzjk
No comments:
Post a Comment