ଉଦଯାପିତ ହେଲା ଭୁବନେଶ୍ୱର ଆର୍ଟ ଟ୍ରେଲ୍ ୨୦୧୮ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଉଦଯାପିତ ହେଲା ଭୁବନେଶ୍ୱର ଆର୍ଟ ଟ୍ରେଲ୍ ୨୦୧୮

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରେ ଦୀର୍ଘ ଏକ ମାସ ଧରି ଚାଲୁଥିବା କଳା ମହୋତ୍ସବ ଭୁବନେଶ୍ୱର ଆର୍ଟ ଟ୍ରେଲ୍ ୨୦୧୮ ଆଜି ଉଦଯାପିତ ହୋଇଯାଇଛି। ଭୁବନେଶ୍ୱର ଆର୍ଟ ଟ୍ରେଲ୍ (ବ୍ୟାଟ୍) ଟିମ୍ ପକ୍ଷରୁ ପୁରୁଣା ଭୁବନେଶ୍ୱର ସ୍ଥିତ ଗୁଆଝର କମ୍ପାଉଣ୍ଡରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବି.ଡି.ଏ. ଉପାଧ୍ୟକ୍ଷ ଡା. କ୍ରିଷନ କୁମାର ଯୋଗ ଦେଇଥିଲେ । ସୁନାମଧନ୍ୟ କବି ଦେବଦାସ ଛୋଟରାୟ, ୨୦୧୮ ବ୍ୟାଟ୍ ସହ-କ୍ୟୁରେଟର, ଉତ୍ସ ଫାଉଣ୍ଡେସନର ମ୍ୟାନେଜିଂ-ଟ୍ରଷ୍ଟି ତଥା ସ୍ୱନାମଧନ୍ୟ ଆର୍ଟିଷ୍ଟ୍ ଜଗନ୍ନାଥ ପଣ୍ଡା ପ୍ରମୁଖ ସମ୍ମାନିୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଏହି ଅବସରରେ ୨୦୧୮ ବ୍ୟାଟ୍ କ୍ୟୁରେଟର ଜଗନ୍ନାଥ ପଣ୍ଡା କହିଲେ, “ଓଲଡ୍ ଟାଉନର ନିତିଦିନିଆ ବ୍ୟବହୃତ ଜିନିଷମାନଙ୍କୁ ନେଇ ଏପରି ସୁନ୍ଦର କଳାକୃତି ଆଦି ପ୍ରସ୍ତୁତିର ସହ-ସଂରକ୍ଷକ ଭାବେ ମୁଁ ବହୁତ ଖୁସି ଓ କୃତଜ୍ଞ । ଏହି ଟ୍ରେଲ୍ ଶେଷ ହେବା ପରେ, ଦୀର୍ଘ ଏକ ମାସ ଧରି ଚାଲିଥିବା ଏହାର ସ୍ମୃତି ସବୁ ମନରେ ଛାପ ହୋଇ ରହିଯିବ। ବି.ଡି.ଏ. ଉପାଧ୍ୟକ୍ଷ ଡା. କ୍ରିଷନ କୁମାର କହିଥିଲେ, “ଏହା ଓଡିଶାର ପ୍ରଥମ ଆର୍ଟ ଟ୍ରେଲ୍, ଆଉ ମୁଁ ଏଥିରେ ସାମିଲ୍ ହୋଇଥିବାରୁ ଅନେକ ଖୁସି। ସର୍ବ ସମ୍ମୁଖକୁ ଆସି ସମସ୍ତଙ୍କୁ ଏକତ୍ରିତ କରି ଏହି ଟ୍ରେଲକୁ ସଫଳ କରିଥିବାରୁ ମୁଁ ଜଗନ୍ନାଥ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି।”

ବ୍ୟାଟ୍ କ୍ୟୁରେଟର ପ୍ରେମଜିଶ୍ ଆଚାରୀ କହିଥିଲେ, “ ଆମେ ଯାହା ପ୍ରଦର୍ଶିତ କରୁଛୁ ତାହା କଳାକୁ ଜାଣିବା ଶିଖିବା ଏବଂ ଲୋକାଭିମୂଖୀ କରିବା ନିମନ୍ତେ ଖୋରାକ୍ ଯୋଗାଇବ ଏବଂ ଏକ ସୁସ୍ଥ ସମାଜ ଗଢିବାରେ ସହାୟ ହେବ। ଆମର ଲକ୍ଷ୍ୟ ଏକ ଏପରି ସହର ଯାହାର ଡିଜାଇନ୍, ସ୍ଥାପତ୍ୟ, କୀର୍ତ୍ତିରାଜି ଏବଂ କଳାର ଉତ୍କର୍ଷ ସ୍ପଷ୍ଟ ପ୍ରତିଫଳିତ ହେଉଥିବ।”

ଉଦ୍‌ଯାପନୀ ସମାରୋହ ଅବସରରେ ବୃହଦ୍ ଅରଣ୍ୟକ ନାମକ ଏକ ନାଟକ ପ୍ରଦୀପ ଧର୍ମପାଳନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା। ବ୍ୟାଟ୍ ୨୦୧୮ର ୩ଟି ସଂକ୍ଷିପ୍ତ ପ୍ରସଙ୍ଗ ସ୍ମୃତି, ଇତିହାସ ଏବଂ ନାଭିଗେସନକୁ ନେଇ ଭିନ୍ନ ଭିନ୍ନ ପରୀକ୍ଷଣମାନ କନ୍ଟେମ୍ପୋରାରି ସେଟିଂ ଜରିଆରେ ଶ୍ରେଣୀଭୁକ୍ତ କରାଯାଇଥିଲା। ନାଟକ ପ୍ରଦର୍ଶନ ପରେ ଫିଲ୍ମ ସଙ୍ଗୀତକାରଙ୍କ ଦ୍ୱାରା ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ସଙ୍ଗୀତକାରଙ୍କ ଗୁଡଲି ରଥଙ୍କ ସମେତ ସହ-କଳାକାର; ଏମ୍ ହିମାଦ୍ରି, ଇରାଜ୍ ରଥ, ସୁରଜ୍ ରଥ, ଡିଚେନ୍ ନାୟକ ଏବଂ କୁମାର ଶୁଭାଶିଷଙ୍କ ଦ୍ୱାରା ଏକ କନ୍ଟେମ୍ପୋରାରି ଫ୍ୟୁଜନ୍ ମ୍ୟୁଜିକ୍ ପ୍ରଦର୍ଶନ କରାଯାଇଥିଲା। ଏହି ବ୍ୟାଟ୍ ୨ ମାସ ଧରି ସାମିଲ ହୋଇଥିବା ଭଲ୍ୟୁନ୍ଟିୟର, କମ୍ୟୁନିଟି ମୁଖ୍ୟ, ପ୍ରୋଜେକ୍ଟ ଟିମର ସମସ୍ତ କର୍ମକର୍ତ୍ତାମାନଙ୍କୁ ସମ୍ମାନିତ କରାଯାଇଥିଲା।

ବ୍ୟାଟ୍ ପ୍ରୋଜେକ୍ଟ ନିର୍ଦ୍ଦେଶିକା ସୁକନ୍ୟା ରଥ ସହର ଉପରେ ବ୍ୟାଟ୍ ୨୦୧୮ର ପ୍ରଭାବ ବିଷୟରେ ସୂଚନା ଦେଇଥିଲେ। ଭୁବନେଶ୍ୱର ଆର୍ଟ ଟ୍ରେଲ୍ ୨୦୧୮ର ଯୋଜନା ଓ ଆୟୋଜନ ଉତ୍ସ ଫାଉଣ୍ଡେସନ୍, ଓଡିଶା ଟୁରିଜିମ୍, ବି.ଡି.ଏ, ବି.ଏମ୍.ସି. ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ମିଳିତ ଉଦ୍ୟମରେ ହୋଇଥିଲା। ଏହାକୁ ନାଲକୋ, ଓ.ଏମ୍.ସି, ଓ ଏମ୍.ଜି.ଏମ୍. ଗ୍ରୁପ୍ ସହଯୋଗ କରି ଥିଲେ ।



from Odisha Reporter https://ift.tt/2Lre5Uk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages