ଗିଫ୍ଟରେ ନାନୋ ଟେକ୍ନୋଲୋଜି ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଗିଫ୍ଟରେ ନାନୋ ଟେକ୍ନୋଲୋଜି ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶାରିପୋର୍ଟର): ଗାନ୍ଧୀ ଇନଷ୍ଟିଚ୍ୟୁଟ ଫର୍‌ ଟେକ୍ନୋଲୋଜି(ଗିଫ୍ଟ) ଏବଂ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟର୍ସ ଅଫ୍ ଇଣ୍ଡିଆ(ଆଇଇଆଇ)ର ମିଳିତ ସହଯୋଗରେ ଇଂଞ୍ଜିନିୟରିଂ କ୍ଷେତ୍ରରେ ନାନୋଟେକ୍ନୋଲୋଜିର ଗୁରୁତ୍ୱ ସମ୍ପର୍କରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ପୋଟେନସିଆଲ୍ ବେନିଫିଟ୍ ଅଫ୍ ନାନୋଟେକ୍ନୋଲୋଜି ଇନ୍‌ ଇଞ୍ଜିନିୟରିଂ ଆପ୍ଲିକେସନ୍‌ ଶୀର୍ଷକ ବିଷୟବସ୍ତୁ ଆଧାରିତ ଏହି ସଭାରେ ଗିଫ୍ଟର ଅଧ୍ୟକ୍ଷ ଡ. ଏସ୍‌ କ୍ରୀଷ୍ଣ ମୋହନ ରାଓ ଅଧ୍ୟକ୍ଷତା କରିଥିବା ବେଳେ ଟାଟା ଷ୍ଟିଲ୍‌ର ମୁଖ୍ୟ ବୈଜ୍ଞାନିକ ଡ. ତପନ କୁମାର ରାଉତ ମୁଖ୍ୟ ଅତିଥି, ଆଇଓପିର ବୈଜ୍ଞାନିକ ଡ. ବିଶ୍ୱଜିତ ମଲ୍ଲିକ ମୁଖ୍ୟ ବକ୍ତା ଏବଂ ଆଇଇଆଇ ଜାତୀୟ ପରିଷଦର ସଭ୍ୟ ଡ. ନୂତନ କୁମାର ଦାସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ଏଥିରେ ବର୍ତ୍ତମାନ ସମୟରେ ନାନୋ ଟେକ୍ନୋଲୋଜିର ଗୁରୁତ୍ୱ ସମ୍ପର୍କରେ ଅତିଥିବୃନ୍ଦ ମତ ରଖିଥିଲେ। ସେହିପରି ବିଭିନ୍ନ ବୈଷୟିକ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏ ସମ୍ପର୍କିତ ନିଜ ପେପର ଉପସ୍ଥାପନ କରିଥିଲେ।  ପ୍ରଫେସର ଅମର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।



from Odisha Reporter https://ift.tt/2EugdcL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages